fbpx

OSSSC ନିଯୁକ୍ତି: ୨୭୧୨ଟି ପଦ ପାଇଁ ଆଜିଠାରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

Advertisement

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ଆସିଛି ଏକ ବଡ଼ ସୁଯୋଗ ନିଯୁକ୍ତି । ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏହା ଏକ ବଢ଼ିଆ ସୁଯୋଗ । ମୋଟ ୨୭୧୨ଟି ପଦ ପୂରଣ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମିଳିତ ନିଯୁକ୍ତି ପରୀକ୍ଷା- ୨୦୨୩ (୨) ପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରି୍ରୟା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ମାସ ୨୦ ତାରିଖରେ ସମାପ୍ତ ହେବ । ସେହିପରି ଆଜିଠାରୁ ଆସନ୍ତା ମାସ ୨୫ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ସବମିସନ କରିପାରିବେ ।

ପ୍ରତ୍ୟେକ ଜିଲ୍ଲା / ସର୍କଲ / ଡିଭିଜନ / କାଟେଗୋରୀ ଅନୁସାରେ ଖାଲିଥିବା ପଦ ସଂଖ୍ୟା, ବେତନ ହାର, ବୟସ ଓ ଅନ୍ୟ ସର୍ତ୍ତାବଳୀ ବିଷୟରେ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ । ପ୍ରାର୍ଥୀଙ୍କୁ ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଆଦି ପଦରେ ନିଯୁକ୍ତି ଦିଆଯିବ । ଖାଲି ଥିବା ପଦ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ । ପ୍ରତ୍ୟେକ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: Availalbe on 26.10.2023

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.osssc.gov.in/Public/OSSSC/Default.aspx

ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/CRE-2023-Detail_adv-762.PDF

Get real time updates directly on you device, subscribe now.