fbpx

ରେଡିଓଗ୍ରାଫର ପଦ ସଂଖ୍ୟା ସଂଶୋଧନ: କେଉଁ ଜିଲ୍ଲାରେ କେତେ ପଦ ଖାଲି, OSSSC ପକ୍ଷରୁ ଜାରି ହେଲା ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ସେପ୍ଟେମ୍ବର ମାସରେ ରେଡିଓଗ୍ରାଫର ପଦ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୩୭୮ଟି ରେଡିଓଗ୍ରାଫର ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀମାନେ ସେନେଇ ଅନଲାଇନରେ ଆବେଦନ କରିଥିଲେ । ତେବେ ଏହା ମଧ୍ୟରେ ଉକ୍ତ ପଦକୁ ନେଇ ଓଏସଏସଏସସି ପକ୍ଷରୁ ଏକ ସୂଚନା ଜାରି କରାଯାଇଛି ।

ସୂଚନା ମୁତାବକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ରେଡିଓଗ୍ରାଫର ସେବା କ୍ୟାଡର ପୁନର୍ଗଠିତ କରାଯିବା ପରେ ପୂର୍ବରୁ ଖାଲି ଥିବା ୩୭୮ଟି ପଦ ବଦଳରେ ଏବେ ୩୩୮ଟି ପଦ ସଂଶୋଧନ କରାଯାଇଛି । ଏ ବାବଦରେ ୱେବସାଇଟରେ ସବିଶେଷ ତଥ୍ୟ ଜାରି କରାଯାଇଛି । ପ୍ରାର୍ଥୀମାନେ ସେନେଇ ଚେକ୍ କରିପାରିବେ । ଅନୁଗୁଳରେ ୩ଟି, ବରଗଡ଼ରେ ୧୬ଟି, ଭଦ୍ରକରେ ୨ଟି, ବାଲେଶ୍ୱରରେ ୧୭ଟି, ବୌଦ୍ଧରେ ୪ଟି, କଟକରେ ୯ଟି, ଦେଓଗଡ଼ରେ ୪ଟି, ଢେଙ୍କାନାଳରେ ୬ଟି, ଗଜପତିରେ ୫ଟି, ଗଞ୍ଜାମରେ ୭ଟି, ଜଗତସିଂହପୁରରେ ୫ଟି, ଯାଜପୁରରେ ୨୧ଟି, ଝାରସୁଗୁଡ଼ାରେ ୩ଟି, କଳାହାଣ୍ଡିରେ ୨୭ଟି, କନ୍ଧମାଳରେ ୨୧ଟି, କେଉଁଝରରେ ୨୨ଟି, ଖୋର୍ଦ୍ଧାରେ ୨୧ଟି, କୋରାପୁଟରେ ୧୩ଟି, ମାଲକାନଗିରିରେ ୨ଟି, ମୟୂରଭଞ୍ଜରେ ୨୯ଟି, ନୂଆପଡ଼ାରେ ୨ଟି, ନବରଙ୍ଗପୁରରେ ୬ଟି, ନୟାଗଡ଼ରେ ୭ଟି, ପୁରୀରେ ୨୨ଟି, ରାୟଗଡ଼ାରେ ୧୦ଟି, ସମ୍ବଲପୁରରେ ୨ଟି, ସୁବର୍ଣ୍ଣପୁରରେ ୪ଟି, ସୁନ୍ଦରଗଡ଼ରେ ୨୬ଟି ପଦ ଖାଲି ରହିଛି ।

Get real time updates directly on you device, subscribe now.