ଭୁବନେଶ୍ବର: OSSTETକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ ପାଇଛି । 19 ତାରିଖରୁ ଓଏସଏସଟିଇଟି ପାଇଁ ଆବେଦନ କରିପାରିବେ ଆଶାୟୀ । 19 ତାରଖରୁ ଆବେଦନ ଆରମ୍ଭ ହୋଇ 1 ତାରିଖ ଯାଏଁ ଚାଲିବ । https://www.bseodisha.ac.in/ରେ ଆବେଦନ କରିପାରିବେ । ଏହି ପରୀକ୍ଷା ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରିବା ସହିତ ଅନଲାଇନରେ ହିଁ ଫି ଭରିବାକୁ ହେବ । Odisha Secondary School Teacher Eligibility Test(OSSTET) ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତେବେ ଶିକ୍ଷାର୍ଥୀମାନଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଯଦି ମିଛ ବୋଲି ପ୍ରମାଣିତ ହୁଏ ତେବେ ଛାତ୍ରୀଛାତ୍ରୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଯିବ । ତେବେ ଫର୍ମ ଭରିବା ସମୟରେ ଯେଉଁ ସବୁ ତଥ୍ୟ ଦେଇଥିବେ ତାକୁ ପରବର୍ତ୍ତି ସମୟରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଏନେଇ ବିଏସଅ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।