fbpx

ଭିନ୍ନ ଉପାୟରେ ଜନ୍ମ ଦିନ ପାଳିଲେ ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର

ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ନିଜ ଜନ୍ମ ଦିନରେ ଅଙ୍ଗଦାନର ପ୍ରତିଶ୍ରୁତି ଦେଇ ଏକ ଭିନ୍ନ ରୂପରେ ରୂପରେ ପାଳନ କରିଛନ୍ତି ଜନ୍ମଦିନ ।

ଶ୍ରୀମୟୀ ମିଶ୍ର କଟକର ଏକ ଲୋକପ୍ରିୟ ଓଡ଼ିଆ ଖବର କାଗଜ କାର୍ୟ୍ୟାଳୟ ପରିଦର୍ଶନ କରି ଖବର ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା ଅଙ୍ଗ ଦାନ ଅଭିଯାନରେ ଜଡିତ ହୋଇଥିଲେ । ସେଠାରେ ସେ ପ୍ରଥରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ମାଳ ଚଢାଇଥିଲେ ଏବଂ ଏହାପରେ ସେ ନିଜର ଅଙ୍ଗ ଏବଂ ଶରୀରକୁ  ଅନ୍ୟ ରୋଗୀଙ୍କ ଚିକିତ୍ସା ଏବଂ ଗବେଷଣା ପାଇଁ ଏମ୍ସକୁ ଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ଏଥିପାଇଁ ସେ ଏକ ଚୁକ୍ତିନାମା କରିବା ପରେ କହିଛନ୍ତିି ସଚେତନତା ଅଭାବରୁ ଏବଂ ଅନ୍ଧବିଶ୍ୱାସ ଯୋଗୁଁ ଲୋକମାନେ ମୃତ୍ୟୁ ପରେ ସେମାନଙ୍କର ଅଙ୍ଗ ଦାନକୁ ନିବୃତ୍ତ ରହୁଛନ୍ତି । ସେ କହିଛନ୍ତି ଅଙ୍ଗ ଦାନ କରିବା ଦ୍ୱାରା ଅଙ୍ଗ ଗ୍ରହୀତାକୁ ଜୀବନ ସାରା ଖୁସି ଦେଇଥାଏ ।

ସେ କହିଛନ୍ତି “ଦୁର୍ଘଟଣା ଏବଂ ବିଭିନ୍ନ କାରଣରୁ ପ୍ରାୟ ୫ ଲକ୍ଷ ଲୋକ ସେମାନଙ୍କର ଅଙ୍ଗ ହରାଉଛନ୍ତି  । ଏହି ଅଙ୍ଗଦାନ କରିବାଦ୍ୱାରା ଯେଉଁମାନେ ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ ଅଙ୍ଗ ହରାଇଛନ୍ତି ସେମାନଙ୍କୁ ବହୁତ ମାତ୍ରରେ ସାହାଯ୍ୟ କରିବ ।”

ଦିଲ୍ଲୀରେ କିଭଳି ଏକ ୨୦ ମାସ ଶିଶୁର ଅଙ୍ଗଦାନ କରି ୫ ଜଣଙ୍କର ଜୀବନ ବଞ୍ଚାଇଥିଲା ତାହା ଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ଏହା ଦ୍ୱାରା ତାଙ୍କ ନିଷ୍ପତ୍ତି ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା ।

ଓଟିଡିସି ଅଧ୍ୟକ୍ଷ,  ଲୋକ ସେବା ମଣ୍ଡଳର ସଚିବ ଡା. ପ୍ରକାଶ ଆଚାର୍ୟ୍ୟ, ପ୍ରିଣ୍ଟର୍ ତଥା ପ୍ରକାଶକ ସମାଜ ନିରଂଜନ ରଥ, ଜେନେରାଲ ମ୍ୟାନେଜେର ପ୍ରିୟବ୍ରତ ମହାନ୍ତି, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଆଶିଷ ମିଶ୍ର, ଅପର୍ନା ଦାସ,  ବିଜେଡି ଛାତ୍ର ସଂଙ୍ଘର ସଚିବ ପ୍ରୀତି ପ୍ରିୟଙ୍କା ଏବଂ ଅନ୍ୟ ମାନଙ୍କ ଉପସ୍ଥିତିରେ ଅଙ୍ଗ ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Get real time updates directly on you device, subscribe now.