fbpx
BSKY SKY
BSKY SKY

OTET ୨୦୨୨ ଫଳାଫଳ ପ୍ରକାଶ କଲା BSE

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି) ୨୦୨୨ ଫଳାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶାର ୱେବସାଇଟ www.bseodisha.ac.inକୁ ଯାଇ ନିଜ ନିଜର ଫଳାଫଳ ଦେଖିପାରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ ନମ୍ବର ମୋବାଇଲ ନମ୍ବର ଦାଖଲ କରି ପରୀକ୍ଷା ଫଳାଫଳ ଦେଖି ପାରିବେ ।

ଗତ ଜୁଲାଇ ମାସ ୧ ତାରିଖରେ ରାଜ୍ୟର ୩୦୭ଟି କେନ୍ଦ୍ରରେ ପ୍ରାର୍ଥୀମାନେ ଓଟିଇଟି ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀ ଦୁଇଟି ପେପରରେ ପରୀକ୍ଷା ଦେଇଥିଲେ । ସକାଳ ୮ଟାରୁ ୧୦.୩୦ ପର୍ଯ୍ୟନ୍ତ ପ୍ରଥମ ପେପର ପରୀକ୍ଷା ହୋଇଥିବା ବେଳେ ୧୨ଟାରୁ ୨.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହୋଇଥିଲା । ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ତାହାକୁ ବୋର୍ଡ ସଭାପତିଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା ।

ଜୁଲାଇ ପହିଲାରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ମିଳିବାର ବ୍ୟବସ୍ଥା କରାଯାଥିଲା । ଜୁନ ମାସ ୨୩ ତାରିଖଠାରୁ ପ୍ରାର୍ଥୀମାନେ ଅନଲାଇନରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ । ତେବେ ଆଡମିଟ୍ କାର୍ଡ ପାଇବା ପରେ ଅନେକ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରୀକ୍ଷା କେନ୍ଦ୍ରର ଦୂରତାକୁ ନେଇ ପରୀକ୍ଷାର୍ଥୀ ପ୍ରତିବାଦ କରିଥିଲେ । ପରୀକ୍ଷାର ଫଳାଫଳ କେବେ ପ୍ରକାଶ ପାଇବ ସେନେଇ ଛାତ୍ରଛାତ୍ରୀମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବା ବେଳେ ଆଜି ସେମାନଙ୍କର ପ୍ରତୀକ୍ଷାର ଅନ୍ତ ଘଟିଛି ।

Get real time updates directly on you device, subscribe now.