fbpx

ସ୍ୱାସ୍ଥ୍ୟ ବିଶେଷଜ୍ଞ: ସ୍ୱାଦ ସହିତ ରହିଛି ସ୍ୱାସ୍ଥ୍ୟର ସିଧାସଳଖ ସମ୍ପର୍କ, ନିଜ ମନ ପସନ୍ଦର ସ୍ୱାଦିଷ୍ଟ ଖାଦ୍ୟ ଖାଇଲେ ମସ୍ତିଷ୍କ ସକ୍ରିୟ ରହିଥାଏ, ହଜମ କ୍ରିୟା ଶୀଘ୍ର ହୋଇଥାଏ

Advertisement

ଓଡିଷା ଭାସ୍କର: ଅନେକ ଲୋକମାନଙ୍କୁ ଦେଖିବା ମିଳେ ସେମାନେ ଖାଇବାକୁ ବେଶ ପସନ୍ଦ କରନ୍ତି । ସେମାନଙ୍କର ଲାଗି ସ୍ୱାଦିଷ୍ଟ ଖାଦ୍ୟ ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇଥାଏ । ଆପଣମାନଙ୍କୁ ଏଇଠି ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ । ସୁସ୍ୱାଦୁ ଖାଇବା ଦ୍ୱାରା ବା ମନପସନ୍ଦର ଖାଦ୍ୟ ଖାଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ , ତା’ ବିଷୟରେ ଆପଣମାନେ ନିହାତି ଜାଣିବା ଆବଶ୍ୟକ ।

ଆପଣମାନେ ପସନ୍ଦ କରୁଥିବା ସ୍ୱାଦିଷ୍ଟ ଭୋଜନ ଖାଇବା ଦ୍ୱାରା ମନ ଖୁସି ହେବା ସହ ମସ୍ତିଷ୍କ ସକ୍ରିୟ ରହିଥାଏ । ଏହା ଦ୍ୱାରା ଆପଣଙ୍କୁ ଭିଟାମିନ-ପି ମିଳିଥାଏ । ପ୍ରତ୍ୟେକ ମନୁଷ୍ୟ ଆନନ୍ଦ ରହିବାକୁ ହେଲେ ଭିଟମିନ-ପି ର ଆବଶ୍ୟକତା ରହିଥାଏ । ଏହି ପି’ ର ଅର୍ଥ ହେଉଛି ଖୁସି ହେବା । ସୁସ୍ୱାଦୁ ଖାଦ୍ୟ ପାନୀୟରୁ ଆପଣମାନେ ଏହି ଆନନ୍ଦ ପାଇଥାନ୍ତି । ଆପଣମାନେ ଖୁସି ଏବଂ ସୁସ୍ଥ ରହିବା ପାଇଁ ନିଜର ପସନ୍ଦର ଖାଦ୍ୟ ଅବଶ୍ୟ ଖାଆନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ପ୍ରଦାନ କରିବା ସହ ଚିନ୍ତା, ଥକ୍କାପଣରୁ ମୁକ୍ତି ଦେଇଥାଏ ।

ହେଲଥଲାଇନର ଏକ ରିପୋର୍ଟ ଅନୁସାରେ, ସ୍ୱାଦ ସହିତ ଆମର ସ୍ୱାସ୍ଥ୍ୟର ସିଧାସଳଖ ସମ୍ପର୍କ କରିଥାଏ । ଏହା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି । ସ୍ୱାଦିଷ୍ଟ ଖାଇବା ଦ୍ୱାରା ପାଟିକୁ ଭଲ ଲାଗିବା ସହ ମନକୁ ମଧ୍ୟ ଭଲ ଲାଗିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଭଲ ଖାଇବା ଦ୍ୱାରା ଯେଉଁ ଆନନ୍ଦ ମିଳେ ସେଥିରୁ ଏକ ହରମୋହନ ସୃଷ୍ଟି ହୋଇଥାଏ । ଏହି ହରମୋହନ ମସ୍ତିଷ୍କକୁ ସକ୍ରିୟ ଏବଂ ଠିକ ରଖିଥାଏ । ତେଣୁ ପସନ୍ଦର ଖାଦ୍ୟ ସ୍ୱାଦ ସହିତ ସ୍ୱାସ୍ଥ୍ୟର ମଧ୍ୟ ଉନ୍ନତି ଆଣିଥାଏ ।

ଏକ ରିପୋର୍ଟ ଅନୁସାରେ, ଆପଣ ଯେତେବେଳେ ନିଜ ପସନ୍ଦର ଖାଦ୍ୟ ଖାଇଥାନ୍ତି, ସେହି ସମୟରେ ବ୍ରେନରେ ଡୋପାମାଇନ ନାମକ ଏକ ହରମୋହନ ଜାତ ହୋଇଥାଏ । ଏହା ଫଳରେ ହଜମ ପ୍ରକ୍ରିୟା ଶିଘ୍ର ହୋଇଥାଏ । ଏହା ସହିତ ଶରୀରରେ ମେଟାବୋଲିଜିମ ମଧ୍ୟ ଉନ୍ନତ ହୋଇଥାଏ । ଏହା ସହ ଅନେକ ପୋଷଣ ମିଳିଥାଏ । ତେଣୁ ନିଜ ପସନ୍ଦର ଖାଇବା ସବୁବେଳେ ବାଛିନେବା ଆବଶ୍ୟକ ।

Get real time updates directly on you device, subscribe now.