Video: ଡଙ୍ଗାରେ ଓଭର ଲୋଡିଂ, ମଝି ନଈକୁ ଫିଙ୍ଗିଦେଲେ ୧୦୦ରୁ ଅଧିକ ଛେଳି

ନୂଆଦିଲ୍ଲୀ: ସୋସିଆଲ ମଡିଆରେ ପ୍ରତେକ ଦିନ ବଭିନ୍ନ ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ମଜାଳିଆ ଥିବା ବେଳେ ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟ ଜନକ ଥାଏ।

ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଡଙ୍ଗାରେ ନଦୀ ପାର ବେଳେ ଓଭର ଲୋଡିଂହେବାରୁ ମଝି ନଈକୁ ଫିଙ୍ଗିଦେଲେ ୧୦୦ରୁ ଅଧିକ ଛେଳି।

ଦେଖନ୍ତୁ ଦୃଶ୍ୟ:

ଭିଡିଓରେ ଦେଖିବାକୁ ମିଳୁଛି ଛେଳି ମାନଙ୍କୁ ନଦୀ ମଝିକୁ ଫିଙ୍ଗି ଦେଉଛନ୍ତି। ସେହି ଛେଳି ମାନେ ପହଁରି ପହଁରି ନଦୀରେ ଭାସି ଯାଉଛନ୍ତି। ତେବେ ଏହା କେଉଁଠିକାର, ଏବଂ ସେମାନଙ୍କ ପ୍ରକୃତ ଉଦ୍ଦ୍ୟେଶ କଣ ତାହା ମଧ୍ୟ ଜଣାପଡିନି।

ଭିଡିଓଟିକୁ ଅନେକ ଲୋକ ସେୟାର କରିବା ସହ ଲାଇକ ମଧ୍ୟ କରୁଛନ୍ତି। ସବୁଠୁ ବଡ଼ କଥା, ଛେଳି ସାଧାରଣତଃ ପାଣି ଦେଖି ଡ଼ରନ୍ତି। ହେଲେ ଏଠି ସେମାନେ ପହଁରି ନଦୀ ପାର ହେଉଛନ୍ତି।