CHARIDHAM

ଏକକାଳୀନ ୨୪ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା; ସାରା ବିଶ୍ୱ ଦେଖିଲା ଏକତା ଓ ଭାରତୀୟ ପରମ୍ପରାର ମହାନତା

ଓଡିଶା ଭାସ୍କର; ଅଯୋଧ୍ୟା ଶ୍ରୀରାମ ମନ୍ଦିରର ନିର୍ମାଣକାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ନିର୍ମାଣ ଶେଷ ହେବା ପରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ଏହି ମନ୍ଦିରର ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏହା ପୂର୍ବରୁ ବିଶ୍ୱ ଦେଖିଲା ଏକତା ଓ ଭାରତୀୟ ପରମ୍ପରାର ମହାନତା । ଏକକାଳୀନ ୨୪ ଲକ୍ଷରୁ ଅଧିକ ଦୀପରେ ଅଯୋଧ୍ୟା ଆଲୋକିତ ହୋଇ ବିଶ୍ୱରେ ଏକ ସ୍ୱତନ୍ତ୍ର ରେକର୍ଡ ହାସଲ କରିଛି ।

ସୂଚନା ଯୋଗ୍ୟ, ଶନିବାର ଦୀପାବଳି ଉପଲକ୍ଷେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଏକକାଳୀନ ଦୀପ ଜଳାଯାଇଥିଲା, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ। ତେବେ ଏହି ଅବସରରେ ଅନେକ ଭବ୍ୟ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ସକାଳୁ କଳାକାରମାନେ ଲୋକନୃତ୍ୟ କରି ଲୋକମାନଙ୍କୁ ଆକର୍ଷିତ କରିଥିଲେ। ଏପରିକି ସାଉଣ୍ଡ ଏବଂ ଲେଜର ଶୋ’ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ଜନସାଧାରଣ ମାନେ ଆସିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟାରେ ପହଞ୍ଚି ଲୋକଙ୍କୁ ଦୀପାବଳି ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ। ଏହା ପରେ ଶ୍ରଦ୍ଧାଳୁ ମାନେ ୨୪ ଲକ୍ଷରୁ ଅଧିକ ଦୀପ ଜଳାଇ ପ୍ରଭୁ ଶ୍ରୀରାମଙ୍କ ନଗରୀକୁ ଆଲୋକିତ କରିଥିବା ଦେଖିବାକୁ ମିଳିଛି ।