fbpx

କେନ୍ଦ୍ର ସରକାର ଉପସ୍ଥାପନ କଲେ ନୂଆ ବିଲ୍: ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିସନେ + ହଟଷ୍ଟାର ପରି OTT ପ୍ଲାଟଫର୍ମକୁ ନିୟନ୍ତ୍ରଣ କରାଯିବ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ସମେତ ପ୍ରସାରଣ ସେବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ବିଲ୍ କାର୍ଯ୍ୟକାରୀ ହେବା ଫଳରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିସନେ + ହଟଷ୍ଟାର ପରି ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରାଯାଇ ପାରିବ । ଥରେ ଏହି ବିଲ୍ ପାସ ହେଲା ପରେ ବଡ଼ ବଡ଼ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ମୂଲ୍ୟାଙ୍କନ କମିଟି ଗଠନ କରାଯିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ’ ଓ ‘ଇଜ୍ ଅଫ୍ ଲିଭିଙ୍ଗ’ ଭିଜନକୁ ସେଥିରେ ଗୁରୁତ୍ୱ ଦିଆଯାଇଛି । ପ୍ରସାରଣ ସେକ୍ଟରର ଫ୍ରେମୱାର୍କକୁ ଆଧୁନିକୀକରଣ କରିବା ପାଇଁ ଏହି ପ୍ରସାରଣ ସେବା (ରେଗୁଲେସନ) ବିଲକୁ ଡିଜାଇନ୍ କରାଯାଇଛି ବୋଲି ଶ୍ରୀ ଠାକୁର କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ’ ଓ ‘ଇଜ୍ ଅଫ୍ ଲିଭିଙ୍ଗ’ ଭିଜନକୁ ଦୃଷ୍ଟିରେ ରଖି ଡ୍ରାଫ୍ଟ ପ୍ରସାରଣ ସେବା (ରେଗୁଲେସନ) ବିଲକୁ ଉପସ୍ଥାପନ କରିବା ଆମ ପାଇଁ ଗର୍ବର ବିଷୟ । ଏହି ପ୍ରମୁଖ ନିୟମ ଆମର ପ୍ରସାରଣ କ୍ଷେତ୍ରର ନିୟାମକ ଢାଞ୍ଚାକୁ ଆଧୁନିକୀକରଣ କରିଥାଏ । ଏଥିସହିତ ତାହା ପୁରୁଣା ଆକ୍ଟ, ନିୟମ ଓ ଗାଇଡଲାଇନ୍ସକୁ ଏକୀକୃତ, ଭବିଷ୍ୟତ-କେନ୍ଦ୍ରିତ ଦୃଷ୍ଟିକୋଣରୁ ବଦଳାଇଥାଏ । ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶ୍ରୀ ଠାକୁର ଏକ ପୋଷ୍ଟ ଶେୟାର କରିଛନ୍ତି । ନୂଆ ଆଇନର ଏକ ପ୍ରମୁଖ ଦିଗ ଭାବେ ‘କଣ୍ଟେଣ୍ଟ ଇଭାଲୁଏସନ କମିଟି’ ଗଠନ କରାଯିବ । ଏଥିସହିତ ବର୍ତ୍ତମାନର ଆନ୍ତଃ-ବିଭାଗୀୟ କମିଟିକୁ ‘ପ୍ରସାରଣ ପରାମର୍ଶଦାତା ପରିଷଦ’ ଭାବେ ପରିବର୍ତ୍ତନ କରାଯାଇଥିବା ଶ୍ରୀ ଠାକୁର କହିଛନ୍ତି ।

Get real time updates directly on you device, subscribe now.