fbpx

ଘରୋଇ ହିଂସାକୁ ସମର୍ଥନ କରନ୍ତି ୩୦ ପ୍ରତିଶତ ମହିଳା; ସର୍ଭେରୁ ମିଳିଲା ଅଜବ ତଥ୍ୟ

ନୂଆଦିଲ୍ଲୀ: ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(ଏନଏଫଏଚଏସ)ର ଏକ ସର୍ଭେରୁ ଜଣା ପଡ଼ିଛି ନିଦ୍ଧିଷ୍ଟ ପରିସ୍ଥିତିରେ ସ୍ୱାମୀ ନିଜ ସ୍ତ୍ରୀଙ୍କ ବାଡ଼େଇବା ଠିକ୍ । ସର୍ଭେ ଅନୁଯାୟୀ, ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ୩୦% ରୁ ଅଧିକ ମହିଳା ନିର୍ଦ୍ଦିଷ୍ଟ ପରିସ୍ଥିିତିରେ ସ୍ୱାମୀ ନିଜ ପତ୍ନୀଙ୍କୁ ମାଡ଼ ମାରିବା ଠିକ୍ ବୋଲି କହିଛନ୍ତି ।

ଏନଏଫଏଚଏସ ଅନୁଯାୟୀ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକର ପ୍ରାୟ ୭୫ ପ୍ରତିଶତ ମହିଳା ଏହାକୁ ଠିକ୍ ବୋଲି କହିଛନ୍ତି । ସେହିଭଳି ମଣିପୁର(୬୬%), କେରଳ(୫୨%), ଜମ୍ମୁ କଶ୍ମୀର(୪୯%), ମହାରାଷ୍ଟ୍ର(୪୪%) ଏବଂ ପଶ୍ଚିମବଙ୍ଗ(୪୨%) ଏବଂ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳେରେ ମଧ୍ୟ ଏହାକୁ ଠିକ ବୋଲି କହିଛନ୍ତି ମହିଳା ।

ଏନଏଫଏଚଏସର ପ୍ରଶ୍ନର ଜବାବରେ ୧୪ ରାଜ୍ୟ ଏବଂ କେନ୍ଦ୍ରାଶାସିତ ଅଞ୍ଚଳର ୩୦% ମହିଳା ସ୍ୱାମୀଙ୍କ ଠାରୁ ମାଡ଼ ଖାଇବାକୁ ଠିକ୍ ବୋଲି କହିଛନ୍ତି । ଶାଶୁ ଘରକୁ ହେଳା କରିବା ବା ସମ୍ମାନ ନଦେବା ଏବଂ ପିଲାଙ୍କ ଯତ୍ନ ନନେବା ଯୋଗୁଁ ମାଡ଼ ଖାଇବାକୁ ଠିକ୍ ବୋଲି କହିଛନ୍ତି ମହିଳା ଅଧିକାଂଶ ମହିଳା । ହିମାଚଳ ପ୍ରଦେଶ, କେରଳ, ମଣିପୁର, ଗୁଜରାଟ, ନାଗାଲାଣ୍ଡ, ଗୋଆ, ବିହାର, କର୍ଣ୍ଣାଟକ, ଆସାମ, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ, ମଣିପୁର ଏବଂ ଜମ୍ମୁ କଶ୍ମୀରରେ ହୋଇଥିଲା ଏହି ସର୍ଭେ । ଯେଉଁଥିରେ ୩୦% ମହିଳାମାନେ ସ୍ୱାମୀଙ୍କଠାରୁ ମାଡ଼ ଖାଇବାକୁ ଠିକ୍ ବୋଲି କହିଛନ୍ତି ।

 

 

Get real time updates directly on you device, subscribe now.