fbpx

ସାଂସଦ ଓୱେସୀଙ୍କ କାର ଉପରକୁ ଗୁଳି ଚାଳନା; ଜଣଙ୍କୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓୱେସୀଙ୍କ କାର ଉପରକୁ ଗୁଳି ଚାଳନା କରାଯାଇଛି । ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ଓୱେସୀଙ୍କ କାର ଉପରକୁ ଗୁଳିମାଡ କରାଯାଇଛି । ଉତ୍ତର ପ୍ରଦେଶରୁ ଦିଲ୍ଲୀ ଯାଉଥିବା ସମୟରେ ଓୱେସୀଙ୍କ କାର ଉପରକୁ ୪ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା । ମୀରଟରୁ ଫେରୁଥିବା ବେଳେ ଛଜାରସି ନିକଟରେ ଏହି ଗୁଳିଚାଳନା କରାଯାଇଥିଲା ।

ଦୁଇ ଜଣ ବ୍ୟକ୍ତି ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ନେଇ ଓୱେସୀ କହିଛନ୍ତି । ସମୁଦାୟ ୪ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଜଣଙ୍କୁ ଗିରଫ କରାଯାଇଥିବା ନେଇ ହାପୁର ଏସ୍ପି ସୂଚନା ଦେଇଛନ୍ତି । ଏଥିରେ ଗାଡିର ଟାୟାର ପଙ୍କଚର ହୋଇ ଯାଇଥିବା ବେଳେ ସେ ଅନ୍ୟ ଏକ ଗାଡି ସାହାଯ୍ୟରେ ଦିଲ୍ଲୀ ଯାତ୍ରା କରିଥିଲେ । ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିବା ସହିତ ମାମଲାର ତଦନ୍ତ କରନ୍ତୁ ବୋଲି ଓୱେସୀ କହିଛନ୍ତି ।

Get real time updates directly on you device, subscribe now.