fbpx

ସିଏଏକୁ ନେଇ ହିମନ୍ତଙ୍କୁ ଓୱେସିଙ୍କ ଟାର୍ଗେଟ; ୧୨ଲକ୍ଷ ହିନ୍ଦୁ ନାଗରିକତା ପାଇବେ, ଦେଢ଼ ଲକ୍ଷ ମୁସଲମାନଙ୍କର କ’ଣ ହେବ?

Advertisement

ନୂଆଦିଲ୍ଲୀ: ଭାରତରେ ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯ ଲାଗୁ ହେବା ପରଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ପୁଣି ଥରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ରାଜ୍ୟରେ ହୋଇଥିବା ଏନଆରସିରେ ତାଲିକାଭୁକ୍ତ ୧୨ ଲକ୍ଷ ହିନ୍ଦୁଙ୍କୁ ସିଏଏ ଅଧୀନରେ ଭାରତୀୟ ନାଗରିକତା ଦିଆଯିବ, କିନ୍ତୁ ୧.୫ ଲକ୍ଷ ମୁସଲମାନଙ୍କ ବିଷୟରେ କ’ଣ ? ତୁରନ୍ତ କିଛି ହେବ ନାହିଁ ବୋଲି ଲୋକେ କହୁଛନ୍ତି । ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଜିନିଷଗୁଡିକ ସାମ୍ନାକୁ ଆସିବାକୁ ସମୟ ଲାଗେ ।

‘ଧର୍ମ ଆଧାରରେ ନାଗରିକତା ଦିଆଯିବା ଉଚିତ ନୁହେଁ’

ଅସଦୁଦ୍ଦିନ ଓୱେସି ଆହୁରି ମଧ୍ୟ କହିଛନ୍ତି ଯେ, ” ନିକଟରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଏନପିଆର ଏବଂ ଏନଆରସି ମଧ୍ୟ କାର୍ଯ୍ୟକାରୀ ହେବ, ସେତେବେଳେ ସେ ମୋ ନାଁ ନେଇଥିଲେ । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସୁଥିବା ସମସ୍ତଙ୍କୁ ସରକାର ସମାନ ଦୃଷ୍ଟିକୋଣରୁ ଦେଖିବା ଉଚିତ। ଧର୍ମ ଆଧାରରେ ନାଗରିକତା ଦିଆଯିବା ଉଚିତ ନୁହେଁ ।”

Get real time updates directly on you device, subscribe now.