fbpx

‘ଟମି’କୁ ‘କୁକୁର’ ବୋଲି ଡାକିବାରୁ ରାଗିଯାଇ ପଡୋଶୀଘର ଲୋକଙ୍କୁ ମାରି ଲହୁଲୁହାଣ କଲେ ମାଲିକ

ଗୁରୁଗ୍ରାମ, ୧୧/୦୫(ଓଡିଶା ଭାସ୍କର) : ଟମି ନାମକ ଏକ କୁକୁରକୁ ପଡୋଶୀ ଘର ଲୋକ ଟମି ବୋଲି ସମ୍ବୋଧନ ନକରି କୁକୁର ବୋଲି ଡାକିବାରୁ ଭୀଷଣ ରାଗିଗଲେ ମାଲିକ । ଆଉ ତାପରେ ସେମାନଙ୍କୁ ବାଡି ଏବଂ ରଡ୍ ରେ ପିଟିଛନ୍ତି ମାଲିକ ଜଣକ । ଏପରି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ଘଟିଛି ଗୁରୁଗ୍ରାମର ସାଇବର୍ ସିଟି ଏରିୟାରେ । ମାଲିକଙ୍କ ମାଡରେ ପଡୋଶୀ ଲୋକମାନେ ଖୁବ୍ ଜୋରରେ ଆହାତ ହୋଇଛନ୍ତି । ସେମାନଙ୍କ ମୁଣ୍ଡ ଫାଟିବା ସହ ଭୀଷଣ ଖଣ୍ଡିଆ ଖାବରା ହୋଇ ଯାଇଛନ୍ତି ।

ସୁଚନା ଅନୁସାରେ, ଉକ୍ତ ମାଲିକଙ୍କ ଟମି ନାମକ କୁକୁରକୁ ଚେନ୍ ବନ୍ଧାଯାଇ ନଥିଲା । ଫଳରେ ସେ ଖୁବ୍ ଜୋରରେ ପଡୋଶୀ ମାନଙ୍କ ଉପରେ ଭୁକୁଥିଲା । ଯାହା ପଡୋଶୀ ମାନଙ୍କୁ ଭଲ ନ ଲାଗିବାରୁ ସେମାନେ ମାଲିକଙ୍କୁ ତାଙ୍କ କୁକୁରକୁ ବାନ୍ଧିବାକୁ କହିଥିଲେ । ହେଲେ ମାଲିକ ଜଣକ ତାଙ୍କ ଟମିକୁ କାହିଁକି କୁକୁର ବୋଲି କହି ସମ୍ବୋଧନ କରିବାରୁ ରାଗିଯାଇ କାଠ ବାଡି ଏବଂ ରଡ୍ ରେ ମାରି ବାକୁ ଲାଗିଲେ । ଯାହା ଫଳରେ ପଡୋଶୀ ମାନେ ଲହୁଲୁହାଣ ହୋଇ ପଡିଛନ୍ତି । ଏଥିସହିତ ସେମାନଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇ ଯାଇଛନ୍ତି । ଗୋଟିଏ ପରିବାରର ୬ ଜଣଙ୍କୁ ମାରିଥିବା ଜଣାପଡିଛି ।

ଆହାତ ହୋଇଥିବା ପରିବାରର ଜଣେ ସଦସ୍ୟ ଗଣ ମାଧ୍ୟମକୁ କହିଛନ୍ତି ଯେ, କୁକୁରଟିକୁ ଚେନ୍ ରେ ବନ୍ଧାନଯାଇଥିବାରୁ ସେ ଛୋଟ ଛୋଟ ପିଲା ମାନଙ୍କୁ କାମୁଡିବାକୁ ଚାଲି ଆସୁଥିଲା । ତେଣୁ ଆମେ ତାଙ୍କୁ କହିଥିଲୁ ଯେ, କୁକୁରକୁ ଚେନ୍ ରେ ବାନ୍ଦି ଦିଅନ୍ତୁ । ହେଲେ ସେ ରାଗିଯାଇ ଏପରି ଭାବରେ ଆମ ଉପରେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.