fbpx

ଟିକାର ଡୋଜ୍ ପିଛା ୨୦୦ ଟଙ୍କା

ନୂଆଦିଲ୍ଲୀ,୧୧ ।୧: ସାରା ଦେଶରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରୀମ୍ଭ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କରୋନା କେନ୍ଦ୍ର ସରକାରଙ୍କ ଟିକା କିଣା ଅର୍ଡରକୁ ଗ୍ରହଣ କରିଛି ସେରମ୍ ଇନ‌ଷ୍ଟିଚ୍ୟୁଟ । କୋଭିସିଲ୍ଡ ଟିକାର ପ୍ରତି ଡୋଜକୁ ୨୦୦ ଟଙ୍କାରେ ବିକିବ ଏସଆଇଆଇ । ପୁଣେରୁ ସରକାରଙ୍କୁ ଟିକା ଯୋଗାଇବ ସେରମ୍ ଇନ‌ଷ୍ଟିଚ୍ୟୁଟ । କୋଭିଡ -୧୯ ଟିକାର ପ୍ରତି ଡୋଜର ମୂଲ୍ୟ ପୂର୍ବରୁ ସ୍ଥିର ଥିଲା ବୋଲି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଭାରତର ଆଷ୍ଟ୍ରାଜେନେକା।

ତେବେ ବିକ୍ରି ପାଇଁ କରୋନା ଟିକା ଆଜି ସନ୍ଧ୍ୟାରୁ ସେରମ ଇନଷ୍ଟିଚ୍ୟୁଟରୁ ବାହାରିବ। ‌ସରକାରଙ୍କ ପକ୍ଷରୁ କାଗଜପତ୍ର କାମ ପାଇଁ କିଛି ସମୟ ଲାଗିଥିଲା, ଯାହା ବର୍ତ୍ତମାନ ଶେଷ ହୋଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଟିକା କିଣିବା ନେଇ ଅର୍ଡର ମିଳିସାରିଛି। ପ୍ରଥମେ କୋଭିସିଲ୍ଡର ୧୦ନିୟୁତ ଡୋଜ ପଠାଯାଉଥିବାବେଳେ ଆସନ୍ତା ସପ୍ତାହରେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.