‘ମୋତେ କ୍ଷମା କରିଦିଅନ୍ତୁ…’, ସନ୍ୟାସ ଘୋଷଣା ପରେ କାହିଁକି ନେଲେ U-Turn, ବୋଲରଙ୍କ ବଡ଼ ଖୁଲାସା
ପାକିସ୍ତାନ ସୁପର ଲିଗ୍ ୨୦୨୫ରୁ ସନ୍ୟାସ ଘୋଷଣା କରିବାର କିଛି ଘଣ୍ଟା ପରେ ପୁଣି ବଦଳାଇଲେ ନିଷ୍ପତ୍ତି । କ୍ରୋଧ ବଶତଃ ଏଭଳି ନିଷ୍ପତ୍ତି ନେଇଥିବା କହିଲେ ପାକିସ୍ତାନ ଦୃତ ବୋଲର ଇହସାନୁଲ୍ଲାହ ।
ଇସଲାମାବାଦ: କ୍ରିକେଟ୍ ଦୁନିଆରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାକିସ୍ତାନ ସୁପର ଲିଗ୍(PSL)ରୁ ପ୍ରଥମେ ସନ୍ୟାସ ଘୋଷଣା କରିଥିବା ଦୃତ ବୋଲର ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି ।
ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।
କାହିଁକି ସନ୍ୟାସ ଘୋଷଣା: ଇହସାନୁଲ୍ଲାହ କହିଥିଲେ କି ପାକିସ୍ତାନ ସୁପର ଲିଗର ଡ୍ରାଫ୍ଟ ସମୟରେ ତାଙ୍କୁ ଅଣାଦେଖା କରାଯାଇଥିବାରୁ ସେ ନିରାଶା ପ୍ରକାଶ କରିଥିଲେ ।
ମାତ୍ର ୨୪ ଘଣ୍ଟାରେ ସେ ନିଜ ସନ୍ୟାସ ନେବା ନିଷ୍ପତ୍ତିରୁ ଓହରିଥିଲେ ।
କୌଣସି ଫ୍ରାଞ୍ଚାଇଜ୍ ତାଙ୍କ ପ୍ରତି ଆଗ୍ରହ ଦେଖାଇନଥିବାରୁ ସେ କ୍ରୋଧ ବଶତଃ ଅବସର ଘୋଷଣା କରିଥିଲେ ।
୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି: ମାତ୍ର ୨୨ ବର୍ଷୀୟ ଇହସାନୁଲ୍ଲାହଙ୍କ PSLରୁ ଅବସର ଘୋଷଣା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । ଏକ ସାକ୍ଷାତକାରରେ କହିଥିଲେ କି ପରିବାର ଓ ସାଙ୍ଗସାଥିଙ୍କ ପାଇଁ ସେ ଭାବପ୍ରବଣ ହୋଇ ନିଷ୍ପତ୍ତି ନେଇଥିଲେ ।
ପରେ ନିଜ ନିଷ୍ପତ୍ତି ଉପରେ ପୁନଃ ବିଚାର କରି ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ U-Turn ମାରିଛନ୍ତି । ଏଥିପାଇଁ ସେ ‘ମୁଲତାନ୍ ସୁଲତାନ୍ସ’ଙ୍କ ଠାରୁ କ୍ଷମାପ୍ରାର୍ଥନା କରିଥିଲେ ।
ମୁଁ ପରିଶ୍ରମ କରିବି: ‘ମୁଁ ପରିଶ୍ରମ କରିବି । ଆଜି ଯେଉଁ ଲୋକମାନେ ମୋତେ ଚୟନ କରିନାହାଁନ୍ତି ସେମାନେ ହିଁ ମୋତେ ପୁନଃ ଚୟନ କରିବେ’ ବୋଲି କହିଛନ୍ତି ଇହସାନୁଲ୍ଲାହ ।
Ihsanullah Reverses Retirement Decision, Available for Franchise Cricket!
“There’s no plan for retirement. I said that yesterday due to emotions.”#PSL10 #psldraft #psl10draft #Ihsanullah pic.twitter.com/lkVQQskGUc
— Abdullah Zafar (@Arain_417) January 14, 2025
PSLରେ ଦମଦାର ପ୍ରଦର୍ଶନ: ଇହସାନୁଲ୍ଲାହ ପାକିସ୍ତାନ ସୁପର ଲିଗର ଗତ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ମୋଟ ୨୨ ୱିକେଟ୍ ନେଇଥିଲେ, ୭.୫୯ ଇକୋନୋମି ହାରରେ ବୋଲିଂ କରିଥିଲେ।
ପିଏସଏଲରେ ତାଙ୍କର ଦୃଢ଼ ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସେ ପାକିସ୍ତାନର ଜାତୀୟ ଦଳରେ ପ୍ରବେଶ ପାଇଥିଲେ।
ଇହସାନୁଲ୍ଲାହ ଏପର୍ଯ୍ୟନ୍ତ ପାକିସ୍ତାନ ପାଇଁ ଗୋଟିଏ ଦିନିକିଆ ଏବଂ ଚାରୋଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଇହସାନୁଲ୍ଲାହ ତାଙ୍କର ଗତି ପାଇଁ ଜଣାଶୁଣା।
ମୋଟାମୋଟି ଭାବରେ, ସେ ପାକିସ୍ତାନ ପାଇଁ ୬ ୱିକେଟ୍ ନେଇଛନ୍ତି।