fbpx

ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ୟାକେଟ୍ ଅଟା, ଜାଣନ୍ତୁ କାରଣ ଓ କେଉଁ ଅଟା କରିବେ ବ୍ୟବହାର

Advertisement

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ପ୍ୟାକେଟ୍ ଅଟା ବ୍ୟବହାର କରୁଛନ୍ତି । ଖୋଲା ଅଟା କିଣିବା ଏବଂ ବିକ୍ରୟ ଧୀରେ ଧୀରେ ହ୍ରାସ ପାଉଛି । ହେଲେ ଅଧିକ ଦାମରେ ମିଳୁଥିବା ଏହି ପ୍ୟାକେଟ ଅଟା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଏହାର କାରଣ କଣ ଏବଂ ବିକଳ୍ପ ଭାବେ କେଉଁ ଅଟା ବ୍ୟବହାର କରିବେ,
ଜାଣନ୍ତୁ…

ଜାରରେ ମିଳୁଥିବା ଅଟା ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ, ମାତ୍ର ଏଥିରୁ ସମସ୍ତ ପଷୋକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଅଟାକୁ ସତେଜ ଦେଖାଯିବା ପାଇଁ ଅଧିକ ପେଷାଯିବା କାରଣରୁ ଏଥିରୁ ଫାଇବର ମଧ୍ୟ ହ୍ରାସ ପାଇଥାଏ । ଏହି କାରଣରୁ ପ୍ୟାକେଟ ଅଟାରୁ ତିଆରି ରୁଟି ହଜମ ହେବାରେ ବିଳମ୍ବ ହୋଇଥାଏ ।

ଅନେକ ସମୟରେ ଅଟାକୁ ଅଧିକ ଧଳା କରିବା ପାଇଁ ଖରାପ ଚାଉଳକୁ ଏଥିରେ ମିଶା ଯାଇଥାଏ । ଅଟାକୁ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏଥିରେ ଅନେକ ପ୍ରକାର ରାସାୟନିକ ମିଶା ଯାଇଥାଏ । ତେଣୁ ବହୁ ଦିନ ଧରି ପ୍ୟାକେଟରେ ଥିବା ଅଟା ଖାଇବା ଫଳରେ ମେଦବହୁଳତା, ମଧୁମେହ ଏବଂ ହଜମରେ ସମସ୍ୟା ହେବାର ଆଶଙ୍କା ବଢିଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ପ୍ୟାକେଟ୍ ଅଟା ଆଦୌ ଭଲ ନୁହେଁ ।

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ମଲ୍ଟିଗ୍ରେନ୍ ଅଟା ଉତ୍ତମ । କିନ୍ତୁ ମନେରଖନ୍ତୁ ଏହି ଅଟା ଯେପରି ପ୍ୟାକେଜିଂ ହୋଇନଥିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏଥିପାଇଁ ନିକଟସ୍ଥ ମିଲରୁ ଅଟା କିଣନ୍ତୁ । ରସାୟନ ମିଶ୍ରିତ ହୋଇନଥିବା ଉଚ୍ଚ ଫାଇବର ମଇଦା ଖାଇବା ଦ୍ୱାରା ମୋଟାପଣ କମିଯାଏ ଏବଂ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମକା, ଜୋୱାର, ରାଗି, ସୋୟାବିନ୍ ଏବଂ ଚଣାକୁ ଅଟାରେ ମିଶାଇ ଗ୍ରାଇଣ୍ଡ୍ କରନ୍ତୁ, ଏହା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ । ଶୀତଦିନେ, ଜୋୱାର ବଦଳରେ ଅଟାରେ ମାଣ୍ଡିଆ ମିଶାଇ ପାରିବେ ।

Get real time updates directly on you device, subscribe now.