ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ ସରକାର, ଜାଣନ୍ତୁ କାହାକୁ କାହାକୁ ମିଳିବ ଆୱାର୍ଡ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଶନିବାର (ଜାନୁଆରୀ ୨୫, ୨୦୨୫) କେନ୍ଦ୍ର ସରକାର ପଦ୍ମ ପୁରସ୍କାର ୨୦୨୫ ର ବିଜେତାଙ୍କ ନାମ ଘୋଷଣା କରିଛନ୍ତି।

ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରୁ ଅନ୍ୟତମ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ଭୀମ ସିଂହ ଭବେଶ, ଡ. ନୀରଜା ଭଟଲା, ଆଥଲେଟ୍ ହରବିନ୍ଦର ସିଂହଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ।

ସେହିଭଳି ସ୍ତ୍ରୀ ରୋଗ ବିଶେଷଜ୍ଞ ନୀରଜ ଭଟ୍‌ଲାଙ୍କୁ ପଦ୍ମଶ୍ରୀ ଓ ସାମାଜିକ କର୍ମୀ ଭୀମ ସିଂ ଭବେଶଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।

କଳା, ସାମାଜିକ କାର୍ଯ୍ୟ, ଲୋକସେବା, ବିଜ୍ଞାନ, ଇଞ୍ଜିନିୟରିଂ, ବ୍ୟବସାୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡ଼ା ଓ ପ୍ରଶାସନିକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।