fbpx
BSKY
BJD YOUTH SKY
BJD MS SKY

ଘୋଷଣା ହେଲା ପଦ୍ମ ପୁରସ୍କାର, ଜାଣନ୍ତୁ ଓଡ଼ିଶାରେ କାହାକୁ ମିଳିଲା କେଉଁ ପୁରସ୍କାର?

ଭୁବନେଶ୍ୱର,୨୫।୧(ଓଡିଶା ଭାସ୍କର) : ୨୦୨୧ ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଏଥର ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ୭ ପଦ୍ମବିଭୂଷଣ ବିଜେତାଙ୍କ ମଧ୍ୟରୁ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । କଳା କ୍ଷେତ୍ରରେ ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ ।

ଅନ୍ୟପଟେ ଓଡ଼ିଶାରୁ ମୋଟ ୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ । ସାମାଜିକ କ୍ଷେତ୍ରରେ ଶାନ୍ତିଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନନ୍ଦ ପୃଷ୍ଟି ଓ ରଜତ କରଙ୍କୁ ପଦ୍ମଶ୍ରୀ, ମେଡିସିନ ପାଇଁ କ୍ରିଷ୍ଣମୋହନ ପାଠୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ।

ଅନ୍ୟପଟେ ପୁର୍ଣ୍ଣମାସୀ ଜାନୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କଳା କ୍ଷେତ୍ରରେ ଜାନୀ ପାଇବେ ପଦ୍ମଶ୍ରୀ ପୁରସ୍କାର । ସେହିପରି ରାୟଗଡା ଜିଲ୍ଲାର ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ । ସାମାଜିକ କାର୍ଯ୍ୟ କ୍ଷେତ୍ରରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ।

Get real time updates directly on you device, subscribe now.