ନୂଆଦିଲ୍ଲୀ: ପହଲଗାମ୍ ଘଟଣା ପରେ ତଲସୀ ଜୋରଦାର ଚାଲିଛି। ଏଥିରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଆର୍ମି, ସିଆରପିଏଫ ସହଯୋଗରେ ଅନନ୍ତନାଗ ପୋଲିସ ଏମାନଙ୍କୁ ଅଟକ ରଖିଛି।
ଅନନ୍ତନାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଅଟକ ରଖାଯାଇଛି। ଆତଙ୍କୀଙ୍କୁ ସହଯୋଗ ଯୋଗାଇବା ଅଭିଯୋଗରେ ଅଟକ ରଖାଯାଇଛି। ଦିନ, ରାତି ସବୁ ବେଳେ ଚାଲିଛି ଯାଞ୍ଚ। ଏହି ଯାଞ୍ଚ ସମୟରେ ଆହୁରି ସଂଖ୍ୟା ବଢିବ ବୋଲି ସମ୍ଭାବନା ରହିଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି।