ପହଲଗାମ୍ ହମଲାରେ ଚୀନ ସାଟେଲାଇଟ ଫୋନ୍ ବ୍ୟବହାର, ଜାଣନ୍ତୁ ଏପର୍ଯ୍ୟନ୍ତ ହୋଇଥିବା ଖୁଲାସା ବିଷୟରେ..

ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ବଡ଼ ଖୁଲାସା, ବ୍ୟବହାର ହୋଇଥିଲା ଚୀନ୍ ସାଟେଲାଇଟ୍ ଫୋନ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏନଆଇଏ ର ଟିମ ଏହି ଘଟଣାର ଯାଞ୍ଚ କରୁଛି। ଏହାରି ମଧ୍ୟରେ ଯାଞ୍ଚ ଏଜେନ୍ସି ଏକ ସନ୍ଦିଗ୍ଧ “Huawei Satellite Phone” ର ଗତିବିଧିକୁ ଟ୍ରାକ କରିଛନ୍ତି, ଯାହାକି ଏହି ଆକ୍ରମଣ ସମୟରେ ସେହି ସ୍ଥାନରେ ଉପସ୍ଥିତ ଥିଲା।

Huawei  ଏକ ଚୀନ କମ୍ପାନୀ ଏବଂ ଭାରତରେ ଏହି କମ୍ପାନୀର ସାଟେଲାଇଟ ପ୍ରଡକ୍ଟ ବ୍ୟାନ ଅଛି। ଅନୁମାନ କରାଯାଉଛି ଯେ, ଏହି ଫୋନ ପାକିସ୍ତାନ ବା କୌଣସି ଅନ୍ୟ ବୈଦେଶିକ ସୂତ୍ରରେ ଭାରତରେ ଚୋରାଚାଲାଣ ଜରିଆରେ ଅଣାଯାଇଥିଲା।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସହ ଚାରିଥର ଯୋଗାଯୋଗ କରାଯାଇଥିଲା। ହେଲେ ବହୁ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି କାରଣରୁ ଆକ୍ରମଣକାରୀ ଡ୍ରୋନ ବ୍ୟବହାର କରାଯାଇପାରିଲା ନାହିଁ।

ଏହା ମଧ୍ୟ କୁହାଯାଉଛି ଯେ, ୧୦ ଜଣ ଲୋକେ ଏନକ୍ରିପ୍ଟେଡ ଆପ୍ସ ମାଧ୍ୟମରେ ଆକ୍ରମଣ ସମୟରେ ଏବଂ ତା’ ପୂର୍ବରୟ ନିଜ ହ୍ୟାଣ୍ଡଲର୍ସଙ୍କ ସହ ଚାଟିଂ ଏବଂ କଲିଂ କରାଯାଉଥିଲା।