ଶରୀର ଏବଂ ସମ୍ପର୍କକୁ ମଜଭୁତ କରିବ ଏହି ଯୋଗାସନ, ରାମଦେବ ବାବାଙ୍କଠୁ ଜାଣନ୍ତୁ ଏହାର ଫାଇଦା
ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପର୍କକୁ ଉନ୍ନତ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଏହି ଯୋଗାସନ କରନ୍ତୁ ।
ଓଡ଼ିଶା ଭାସ୍କର: ଆଜିକାଲି 100 ଜଣରୁ 99 ଜଣ ନିଜ ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରିପାରୁ ନାହାଁନ୍ତି। ଗୋଟିଏ ଘରେ ରହି ମଧ୍ୟ ସ୍ୱାମୀ-ସ୍ତ୍ରୀ, ଭାଇ-ଭଉଣୀ ଏବଂ ପରିବାରର ସଦସ୍ୟମାନେ ଦୁଇ ମୁହୂର୍ତ୍ତ ପାଇଁ ମଧ୍ୟ ଏକାଠି ବସି ପାରୁ ନାହାଁନ୍ତି। ଏସବୁ କେଉଁଠି ନା କେଉଁଠି ରୋଗର ମୁଖ୍ୟ କାରଣ ବନୁଛି।
ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ରିପୋର୍ଟରେ କୁହାଯାଇଛି ଯେ, ଯଦି ସ୍ୱାମୀ-ସ୍ତ୍ରୀ ଏକାଠି ରୁହନ୍ତି, ତେବେ ବିପି-ସୁଗାର ନିୟନ୍ତ୍ରଣ ହୁଏ। ଯଦି ଆପଣ ଅବିବାହିତ ରୁହନ୍ତି, ତେବେ ରୋଗର ଆଶଙ୍କା ବହୁତ ବଢ଼ିଯାଏ। ଯଦି ଦମ୍ପତି ଅଲଗା ରୁହନ୍ତି, ତେବେ ବୟସ ସୀମା 10 ବର୍ଷ ହ୍ରାସ ପାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପର୍କକୁ ଉନ୍ନତ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଏକାଠି ବ୍ୟାୟାମ କରନ୍ତୁ।
ସ୍ୱାମୀ ରାମଦେବ ବାବା ସମୟ ସମୟରେ ଯୋଡ଼ା ଯୋଗ ଅର୍ଥାତି ପୈର ଯୋଗାସନ କରିବାକୁ ମଧ୍ୟ ପରାମର୍ଶ ଦିଅନ୍ତି। ସେ ଏହା ମଧ୍ୟ କୁହନ୍ତି ଯେ, ଆପଣ କିପରି ଏକାଠି ଯୋଗ ଅଭ୍ୟାସ କରିପାରିବେ। ତେବେ ଚାଲନ୍ତୁ ସ୍ୱାମୀ ରାମଦେବଙ୍କଠାରୁ ଜାଣିବା ଏହାର ଲାଭ।
ଏହି ଯୋଗ ଏପରି, ଯାହାକୁ ଏକା କରିବା କଷ୍ଟକର । ତେବେ ପରସ୍ପରକୁ ସମର୍ଥନ କରନ୍ତୁ ଯାହା ଦ୍ୱାରା ଆପଣ କଠିନରୁ କଠିନ ଯୋଗ ସହଜରେ କରିପାରିବେ। ଏହା ଶରୀରକୁ ସୁସ୍ଥ କରିବ ଏବଂ ଆପଣଙ୍କର ପାରସ୍ପରିକ ସମ୍ପର୍କକୁ ମଧ୍ୟ ଉନ୍ନତ କରିବ।
ଯୋଗ ମାଧ୍ୟମରେ ସମ୍ପର୍କରେ ଭରିଦିଅନ୍ତୁ ପ୍ରେମ
-ସ୍ୱାସ୍ଥ୍ୟ ଭଲ ରହିବ
-ସମ୍ପର୍କ ମଜବୁତ ହେବ
-ନକାରାତ୍ମକ ଦୃଷ୍ଟିକୋଣ ରହିବନି
-ମୋଟିଭେସନ ବଢିବ
ସ୍ୱାସ୍ଥ୍ୟକର ଜୀବନଶୈଳୀ ପାଇଁ ଯୋଡା ଯୋଗାସନ
-ଜଲଦି ଉଠନ୍ତୁ
-ଯୋଗ କରନ୍ତୁ
-ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ
-ଭଜା ଖାଦ୍ୟ ଖାଆନ୍ତୁ ନାହିଁ
-ନିଦ ପୂରା କରନ୍ତୁ
-ଦିନକୁ 4 ଲିଟର ପାଣି ପିଅନ୍ତୁ
ସ୍ୱାସ୍ଥ୍ୟକର ଶରୀର ପାଇବା ପାଇଁ କ’ଣ ଖାଇବେ?
-ଗରମ ଏବଂ ତାଜା ଖାଦ୍ୟ ଖାଆନ୍ତୁ
-ନିଜର ଭୋକ ଠାରୁ କମ୍ ଖାଆନ୍ତୁ
-ଆପଣଙ୍କ ଖାଦ୍ୟରେ ପ୍ରଚୁର ସାଲାଡ ସାମିଲ କରନ୍ତୁ
-ମୌସୁମୀ ଫଳ ଖାଆନ୍ତୁ
-ଆପଣଙ୍କ ଖାଦ୍ୟରେ ଦହି ଏବଂ ବଟର ମିଲ୍କ ସାମିଲ କରନ୍ତୁ
ନିରୋଗ ଶରୀର ପାଇବା ପାଇଁ କେଉଁ ଜିନିଷଗୁଡ଼ିକ ଏଡାଇବା ଉଚିତ
-ଚିନି
-ଲୁଣ
-ଭାତ
-ରିଫାଇନ
-ମାଇଦା
ଆପଣ ସବୁବେଳେ ଖୁସି ରହିବେ
-8 ଘଣ୍ଟା ଶୋଇବେ
-କିଛି ସମୟ ସୂର୍ଯ୍ୟ କିରଣରେ ବସିବେ
-ପାର୍କରେ ଚାଲିବେ
-ଆପଣଙ୍କ ସଉକ ପୂରଣ କରିବେ
-ଆପଣଙ୍କ ମୁଣ୍ଡ ମସାଜ୍ କରନ୍ତୁ
-ଯୋଗ କରନ୍ତୁ
-ମେଡ଼ିଟେସନ କରନ୍ତୁ