ମା’ଙ୍କର ଦ୍ୱିତୀୟ ବିବାହ କରେଇ ଚର୍ଚ୍ଚାକୁ ଆସିଲେ ଇନଫ୍ଲୁଏନ୍ସର, ତାଙ୍କ ପାଇଁ ମା’ କରିଥିବା ସଂଘର୍ଷ ଗାଥା ବଖାଣିଲେ, ଦେଖନ୍ତୁ (Video)

ପୂରା ହେଲା ପୁଅ ଜନ୍ମର ସାର୍ଥକତା । ମା’ର କନ୍ୟାଦାନ କରି ପ୍ରଶଂସା ସାଉଁଟିଲେ ପାକିସ୍ତାନ ଇନଫ୍ଲୁଏନ୍ସର ଅବଦୁଲ ।

ଇସଲାମାବାଦ୍: ପାକିସ୍ତାନର ଜଣେ ଇନଫ୍ଲୁଏନ୍ସର ଇନଷ୍ଟାଗ୍ରାମରେ ମା’ଙ୍କ ବାହାଘରର ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ପାକିସ୍ତାନୀ ଇନଫ୍ଲୁଏନ୍ସର ତାଙ୍କ ମା’ଙ୍କ ସହ ଥିବା କିଛି ସୁନ୍ଦର ମୁହୂର୍ତ୍ତକୁ ସ୍ଥାନ ଦେଇଛନ୍ତି ।

ଇନଫ୍ଲୁଏନ୍ସର ଅବଦୁଲ ଅହଦ ରିଲରେ ତାଙ୍କ ମା’ଙ୍କ ଲାଇଫ୍ ଷ୍ଟ୍ରଗଲକୁ ଦର୍ଶାଇଛନ୍ତି । ଏ ନେଇ ଅବଦୁଲଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଭିଡିଓରେ ଅବଦୁଲ କହୁଛନ୍ତି, ସେ ନିଜ ଯୋଗ୍ୟତା ଅନୁସାରେ ମା’ଙ୍କୁ ସବୁ ପ୍ରକାର ସହାୟତା ଏବଂ ସୁବିଧା ସୁଯୋଗ ଦେବା ପାଇଁ ଚେଷ୍ଟା କରିଛନ୍ତି । ପୁଅର ଭଲ ପାଇଁ ତାଙ୍କ ମା’ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଅବଦୁଲ କହିଛନ୍ତି ।

ମା’ଙ୍କ ବାହାଘର ଖବର ସୋସିଆଲ ମିଡିଆରେ ଶେୟାର କରିବା ପ୍ରଥମେ ତାଙ୍କୁ ଡରାଇଥିଲା । କିନ୍ତୁ ପରେ ମନୋବଳ ବଢ଼େଇ ପୋଷ୍ଟ ଶେୟାର କରିଥିବା କହିଛନ୍ତି ।

ଅବଦୁଲଙ୍କ ଏ ପ୍ରକାର କାର୍ଯ୍ୟ ପାଇଁ ତାଙ୍କୁ ସୋସିଆଲ ମିଡିଆ ୟୁଜର ଅବଦୁଲଙ୍କୁ ବହୁ ପ୍ରଶଂସା କରିଛନ୍ତି ।