fbpx

ପାକିସ୍ତାନରେ ଅଞ୍ଜୁ ଓରଫ ଫାତିମାଙ୍କ ଉପରେ ପଇସା ବର୍ଷା, ୪୦ ଲକ୍ଷର ଫ୍ଲାଟ ସହ ମୋଟା ଅଙ୍କର ଦରମାରେ ଚାକିରୀ

Advertisement

ନୂଆଦିଲ୍ଲୀ: ଭାରତ ଛାଡି ପାକିସ୍ତାନ ଯାଇଥିବା ଅଞ୍ଜୁ ଓରଫ ଫାତିମାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏବେ ଖବର ଆସିଛି ଯେ, ପାକ୍ ଷ୍ଟାର ଗ୍ରୁପ୍ ଅଫ୍ କମ୍ପାନୀର ସିଇଓ ମୋହସିନ ଖାନ୍ ଅବେସୀ ଅଞ୍ଜୁଙ୍କୁ ବିବାହ ପରେ ଏକ ୪୦ ଲକ୍ଷ ମୂଲ୍ୟର ଫ୍ଲାଟ ଉପହାର ଦେଇଛନ୍ତି ।
ଭାରତରୁ ପାକିସ୍ତାନ ଯାଇ ଅଞ୍ଜୁ ଇସଲାମ କବୁଲ କରି ଫାତିମା ପାଲଟି ଯାଇଛନ୍ତି । ଏହାପରେ ଅଞ୍ଜୁଙ୍କ ଉପରେ ଯେପରି ପଇସା ବର୍ଷା ହେବାରେ ଲାଗିଛି । ନିକାହ ପରେ ଏବେ ଅଞ୍ଜୁ ଓରଫ ଫାତିମା ଓ ନସରୁଲ୍ଲାଙ୍କୁ ପାକିସ୍ଥାନରେ ଗୋଟେ ପରେ ଗୋଟେ ଦାମୀ ଉପହାର ମିଳିବାରେ ଲାଗିଛି । ପରିଜନ ଓ ସଂପର୍କୀୟଙ୍କ ପରେ ଏବେ ଜଣେ ବଡ ବିଜନେସମ୍ୟାନ ବି ଅଞ୍ଜୁଙ୍କୁ ଏକ ଦାମୀ ଫ୍ଲାଟ ଉପହାର ଭାବରେ ଦେଇଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ଏକ ମୋଟା ଅର୍ଥ ରାଶିର ଚେକ୍ ବି ଦେଇଛନ୍ତି । ଏହାସହିତ ଅଞ୍ଜୁଙ୍କୁ ତାଙ୍କ କମ୍ପାନୀରେ ଚାକିରି ଦେବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି । କୁହାଯାଉଛି ଅଞ୍ଜୁଙ୍କୁ ଘରେ ବସି ଦରମା ବି ମିଳିବ ।

ପାକ୍ ଷ୍ଟାର କମ୍ପାନୀର ମାଲିକ ମୋହସିନ ଖାନ୍ ଅବେସୀ ଅଞ୍ଜୁଙ୍କୁ ସହରରେ ୨୭୨.୨୫୧ ବର୍ଗ ଫୁଟ ବିଶିଷ୍ଟ ଏକ ଫ୍ଲାଟ ଘର ଗିଫ୍ଟ କରିଛନ୍ତି । ସେ କହିଛନ୍ତି ପାକିସ୍ତାନରେ ଭାରତୀୟ ମହିଳାଙ୍କ କାଗଜପତ୍ର କାମ ଶେଷ ହେବା ପରେ ତାଙ୍କୁ ପାକ୍ ଷ୍ଟାର ଗ୍ରୁପରେ ଚାକିରୀ ବି ମିଳିବ । ସେ ଏବେ ଘରେ ବସି ଦରମା ପାଇପାରିବେ । ସେ କହିଛନ୍ତି ଅନ୍ୟ ଧର୍ମରୁ ଇସଲାମକୁ ପରିବର୍ତ୍ତିତ ହେଉଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏହିପରି ଉପହାର ଦିଆଯାଇଥାଏ । ଏହି କ୍ରମରେ ପାକିସ୍ତାନର ଜଣେ ପତ୍ରକାର ଅଞ୍ଜୁ ଓ ନସରୁଲ୍ଲାହଙ୍କ ଡିନର ସମୟର ଏକ ଭିଡିଓ ସେୟାର କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.