fbpx

LOC ଉପରେ ପାକିସ୍ତାନର ପୁଣି ଆକ୍ରମଣ, ଗୁଳିଚାଳନାରେ BSFର ଯବାନ ଆହତ

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନ ପୁଣିଥରେ ବର୍ଡର ଏବଂ ଲାଇନ ଅଫ କଣ୍ଟ୍ରୋଲ ଉପରେ ନିଜ ସୀମାକୁ ପ୍ରସାରିତ କରିବା ଦେଖିବାକୁ ମିଳିଛି। ପାକିସ୍ତାନ ଲଗାତାର ଅତଙ୍କବାଦୀମାନଙ୍କୁ ଭାରତୀୟ ସୀମାରେ ବଳପୂର୍ବକ ପ୍ରବେଶ କରି ଏଲଓସି ଉପରେ ଗୁଳିଚାଳନା କରିଛି। ସୂଚନା ମୁତାବକ, ପାକିସ୍ତାନ ବୁଧବାର ଦିନ ଭୋର ସମୟରେ ବିନା କୌଣସି କାରଣରେ ସିଜଫାୟରର ଉଲ୍ଲଘଂନ କରିଛି। ପାକିସ୍ତାନ ପକ୍ଷରୁ କରାଯାଇଥିବା ଫାଏରିଙ୍ଗ ସୀମା ସୁରକ୍ଷା ବଳ ଅର୍ଥାତ ବିଏସଏଫର ଏକ ଯବାନ ମଧ୍ୟ ଆହତ ହୋଇଛନ୍ତି।

ବିଏସଏଫ ଜାମ୍ମୁର ପିଆରଓ ସୂଚନା ଦେଇଛନ୍ତି ଯେ, ୧୧ ସେପ୍ଟେମ୍ବର ରାତି ୨ଟା ୩୫ରେ ଅଖନୁର ଅଞ୍ଚଳର ସୀମା ଉପରେ ପାକିସ୍ତାନ ପକ୍ଷରୁ ଅକାରଣରେ ଗୁଳିକାଣ୍ଡ ଘଟିଛି। ବିଏସଏଫ ଗୁଳିକାଣ୍ଡକୁ କଡା ଜବାବ ଦେଇଛନ୍ତି। ପାକିସ୍ତାନ ପକ୍ଷରୁ କରାଯାଇଥିବା ଗୁଳିଚାଳନାରେ ବିଏସଏଫର ଜଣେ ଯବାନ ଆହତ ହୋଇଛନ୍ତି। ଯବାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି।

ଅଧିକାରୀ ଆହୁରି କହିଛନ୍ତି ଯେ, ପାକିସ୍ତାନୀ ସୈନିକମାନେ ମଙ୍ଗଳବାର ରାତିରେ ବିନା କାରଣରେ ଭାରତୀୟ ଯବାନଙ୍କ ଉପରେ ଗୁଳିଚାଳନା କରିଛନ୍ତି। ଏଥିସହ ଭାରତର ଜଣେ ଯବାନ ଆହତ ହୋଇଛନ୍ତି। ଯବାନ ଆନ୍ତର୍ଜାତୀୟ ସୀମା ତଥା ନିୟନ୍ତଣ ରେଖାରେ କଡା ନଜର ରଖିଛନ୍ତି।

Get real time updates directly on you device, subscribe now.