fbpx

ଗିରଫ ହେବେ ଇମ୍ରାନ ଖାନ! ଆରେଷ୍ଟ ୱାରେଣ୍ଟ ଧରି ପୂର୍ବତନ PMଙ୍କ ଘରେ ପହଞ୍ଚିଲା ପୋଲିସ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଯେ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ପୋଲିସ ଆରେଷ୍ଟ ୱାରେଣ୍ଟ ଧରି ଇମ୍ରାନଙ୍କ ଇସଲାମାବାଦ ସ୍ଥିତ ବାସଭବନରେ ପହଞ୍ଚିଛି । ଗତ ମାସ ୨୮ ତାରିଖରେ ଇମ୍ରାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅତିରିକ୍ତ ଅଧିବେଶନ ବିଚାରପତି ଜଫର କିବାଲ ଇମ୍ରାନଙ୍କ ବିରୋଧରେ ଜାମିନହୀନ ଗିରଫଦାରୀ ଆରେଣ୍ଟ ଜାରି କରିଥିଲେ ।

ଏକ ବିଶେଷ ସୂତ୍ର ମୁତାବକ, ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ଇମ୍ରାନଙ୍କୁ ଗିରଫ କରାଯାଇପାରେ । ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଇସଲାମାବାଦ ପୋଲିସ ଲାହୋରରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ ଯଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ପରିସ୍ଥିତି ଖରାପ ହେବ ବୋଲି ପିଟିଆଇର ବରିଷ୍ଠ ଉପାଧ୍ୟକ୍ଷ ଫୱାଦ ଚୌଧୁରୀ ଗିରଫଦାରୀ ଖବର ଉପରେ ପ୍ରତିକ୍ରିୟା ରଖି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତମାସ ୨୮ ତାରିଖରେ ଏହି ମାମଲାରେ ଇମ୍ରାନ କୋର୍ଟରେ ହାଜର ହୋଇଥିଲେ । କୋର୍ଟର ଅଲଗା ଅଲଗା ଶୁଣାଣିରେ କିଛି ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା । ମାତ୍ର ତୋଶଖାନା ମାମଲାରେ ତାଙ୍କର ଗିରଫଦାରୀ ଅଟକି ରହିଥିଲା । କୋର୍ଟ ଇମ୍ରାନଙ୍କ ବିରୋଧରେ ଜାମିନବିହୀନ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । ୨୮ ତାରିଖରେ ଇମ୍ରାନ ଚାରିଟି ଅଲଗା ଅଲଗା ମାମଲାରେ ହାଜର ହେବାର ଥିଲା । ମାତ୍ର ସେ ଅନ୍ୟ ସମସ୍ତ ସ୍ଥାନରେ ଶୁଣାଣି ପାଇଁ ପହଞ୍ଚିଥିଲେ ହେଁ ତୋଶଖାନା ମାମଲାରେ ଶୁଣାଣି ସମୟରେ ସାମିଲ ହୋଇପାରିନଥିଲେ ।

Get real time updates directly on you device, subscribe now.