fbpx

ଭାରତ ବିରୋଧୀ ଷଡଯନ୍ତ୍ରରେ ହାର ପରେ ସ୍ୱୀକାରୋକ୍ତି, ତଥାପି ସୁଧୁରୁନି ପାକ୍

ନୂଆଦିଲ୍ଲୀ: ପଡୋଶୀ ଦେଶୀ ପାକିସ୍ତାନ ସବୁ ସମୟରେ ମୁଣ୍ଡବ୍ୟଥାର କାରଣ ହୋଇ ରହିଛି । ବିଭିନ୍ନ ସମୟରେ ଭାରତ ବିରୋଧୀ ଷଡଯନ୍ତ୍ର ଯେମିତି ପାକିସ୍ତାନର ଅସ୍ଥି ମଜ୍ଜାରେ ରହିଛି । ସେଥିପାଇଁ ତ ବାରମ୍ବାର ନିଜ କୁଚକ୍ରାନ୍ତରରେ ଗୁରୁତର ମାତ ଖାଇବା ପରେ ତଥା ସବୁ ଷଡଯନ୍ତ୍ରରେ ବିଶ୍ୱ ଦରବାର ଆଗରେ ବେଇଜ୍ଜତ ହେବା ପରେ ବି ସୁଧୁରିବାର ନାଁ ନେଉନି ।

India now crushing terror': PM Modi remembers 15 years of 26/11 Mumbai attacks - BusinessToday
୧୯୯୯ରେ ପାକିସ୍ତାନ କାର୍ଗିଲ ଉପରେ ଆକ୍ରମଣ କରିଥିଲା । ଏଥିରେ ମଧ୍ୟ ସେନାକୁ ଖାଇବାକୁ ପଡିଥିଲା ମୁକ୍କି । ଏହି ଯୁଦ୍ଧରେ ଭାରତ ତାର ବହୁ ବୀର ଯବାନଙ୍କୁ ହରାଇଥିଲା । ଏହି ଯୁଦ୍ଧ ପାଇଁ ଭାରତ ପାକିସ୍ତାନକୁ କାଠଗଡାକୁ ଟାଣିଥିଲା । କିନ୍ତୁ ସେତେବେଳେ ପାକିସ୍ତାନ ସବୁ ଅଭିଯୋଗକୁ ଖଣ୍ଡନ କରି ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏହି ଯୁଦ୍ଧର ୨୫ ବର୍ଷ ପରେ ସାମ୍ନାକୁ ଆସିଛି ଯୁଦ୍ଧ ସହ ଜଡିତ ପାକର ଭୟଙ୍କର ଚେହେରା । ପାକିସ୍ତାନର ଜଣେ ବରିଷ୍ଠ ସେନା ଅଧିକାରୀ ଏହି ଖୁଲାସା କରିଛନ୍ତି ।

Bravehearts of Kargil: The unsung heroes of the 1999 war – Firstpost
ପାକ ସେନା ଚିଫ ଅଫ ଆର୍ମି ଷ୍ଟାଫ ଜେନେରାଲ ଅସିମ ମୁନିର କହିଛନ୍ତି, ୧୯୯୯ରେ ହୋଇଥିବା କାର୍ଗିଲ ଯୁଦ୍ଧରେ ପାକ ସେନା ପ୍ରତ୍ୟକ୍ଷଭାବେ ସାମିଲ ଥିଲା । ପାକିସ୍ତାନ ପ୍ରଥମେ ଭୁଲ କରିବା ଓ ପରେ ତାକୁ ସ୍ୱୀକାର କରିବାର ମୁନିରଙ୍କ ବୟାନ ପ୍ରଥମ ନୁହେଁ । ଏମିତି ନିର୍ଲଜ୍ଜତା ଆଗରୁ ମଧ୍ୟ ବହୁବାର କରିଛି । ଭାରତ ବିରୋଧରେ ଷଡଯନ୍ତ୍ର କରିବାକୁ ଯାଇ ୨୬/୧୧ ମୁମ୍ବାଇ ଆକ୍ରମଣ ହେଉ ବା ତାଲିବାନକୁ ଶକ୍ତିଶାଳୀ କରିବା, ଅଥବା ଫୁଲୱାମା ଆକ୍ରମଣ । ପ୍ରତି ଘଟଣାରେ ନିଜ ମୁହଁରେ ନିଜ ବିଫଳତା ଓ କୁଚକ୍ରାନ୍ତକୁ ପାକିସ୍ତାନ ସ୍ୱିକାର କରିଛି ।

4 years of Pulwama attack: Reminder to remain vigilant against threat of terrorism
ମୁମ୍ବାଇ ଆକ୍ରମଣରେ ଗିରଫ ଆତଙ୍କୀ ଅଜମଲ କସାବ ପଛରେ ପାକର ହାତ ଥିବା ନେଇ କୌଣସି ଖୁଲାସା ହୋଇନଥାନ୍ତା । କିନ୍ତୁ ପାକିସ୍ତାନର ସେହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଧରା ପକେଇ ଦେଇଥିଲେ । ସେ ପୂର୍ବ ପ୍ରଧାନମନ୍ତ୍ରୀ ନୱାସ ସରିଫଙ୍କ ଉପରେ ଅଭିଯୋଗ କରିଥିଲେ କି, ଭାରତ କଦାପି କସାବର ଠିକଣା ପାଇପାରିନଥାନ୍ତା ଯଦି ସରିଫ ତାର ଠିିକଣା କହି ନ ଥାନ୍ତେ । ସେହି ପରି ତାଲିବାନକୁ ସଶକ୍ତ କରିବା ପଛରେ ପାକିସ୍ତାନର ହାତ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶେଖ ରାଶିଦ ସ୍ୱୀକାର କରିଥିଲେ ।

ଏହିପରି ପ୍ରତି ଷଡଯନ୍ତ୍ର ପରେ ପାକିସ୍ତାନ ନିଜର ଭାଣ୍ଡାଫୋଡ କରିଛି । ପ୍ରତି ଘଟଣାରେ ଭାରତଠାରୁ ବିଫଳ ହୋଇ ମଧ୍ୟ ସୁଧୁରିନି ପାକିସ୍ତାନ । ଏହା ଦର୍ଶାଉଛି, ପାକିସ୍ତାନ କେତେ ନିର୍ଲଜ୍ଜ!

Get real time updates directly on you device, subscribe now.