fbpx

ଭାରତ ଖୁସିରେ-ପାକିସ୍ତାନ ଦୁଃଖରେ! ଜୟ ଶାହ ICCର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ପାକିସ୍ତାନର ଚିନ୍ତା କାହିଁକି ବଢ଼ୁଛି?

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ବେଶ୍ ମୁକାବିଲା ହୋଇଥାଏ । ବିଗତ କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନଥିବା ବେଳେ ଏସୀୟା କମ୍ ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ଣ୍ଣାମେଣ୍ଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥାଏ । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରିଡ଼ାପ୍ରେମୀ ମାସ ମାସ ଧରି ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି । ସେହି କାରଣରୁ ଏହି ଦୁଇ ଟିମ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ଟିକେଟ୍ ଦାମ୍ ମଧ୍ୟ ବହୁତ ମହଙ୍ଗା ହୋଇଥାଏ ।

ତେବେ ଏହା ମଧ୍ୟରେ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଜୟ ଶାହ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଶାହ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଦାୟିତ୍ୱରେ ରହିଥିବା ବେଳେ ଖୁବଶୀଘ୍ର ସେ ଆଇସିସି ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ୱ ଆରମ୍ଭ କରିବେ । ତେବେ ମାତ୍ର ୩୬ ବର୍ଷ ବୟସରେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ଜୟ ଆଇସିସି ଅଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିବେ । ଜୟ ଆଇସିସି ଅଧ୍ୟକ୍ଷ ହେଲେ ଉଭୟ ପୁରୁଷ ଓ ମହିଳା କ୍ରିକେଟ ବେଶ୍ ଫାଇଦା ପାଇବ । ଏହାକୁ ନେଇ ୧୪୦ କୋଟି ଭାରତୀୟ ବେଶ୍ ଖୁସି ମନାଉଥିବା ବେଳେ ଅନ୍ୟପଟେ ପାକିସ୍ତାନ କିନ୍ତୁ ବଡ଼ ଚିନ୍ତାରେ ରହିଛି ।

ପ୍ରକୃତ କଥା ହେଉଛି ୨୦୨୫ରେ ପାକିସ୍ତାନରେ ହେବାକୁ ଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଯାଇଛି । ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର ଦାୟିତ୍ୱ ହାତରୁ ଖସିଯିବା ଚିନ୍ତାରେ ଏବେ ପାକିସ୍ତାନକୁ ନିଦ ନାହିଁ । ବିଶେଷ କରି ଜୟ ଆଇସିସିର ଅଧ୍ୟକ୍ଷ ପରି ଏକ ମୁଖ୍ୟ ପଦରେ ଅଧିଷ୍ଠିତ ହେବା ସ୍ଥିର ହେବା ପରେ ପାକିସ୍ତାନ ବଡ଼ ଚିନ୍ତାରେ ପଡ଼ିଯାଇଛି । ୨୦୨୨ ଏସିଆ କପ ପାକିସ୍ତାନରେ ଆୟୋଜନ ହେବାର ଥିଲା । ମାତ୍ର ଭାରତ ପାକିସ୍ତାନ ଯିବାକୁ ମନା କରିଦେବାରୁ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପଡ଼ିଥିଲା । ଜୟ ସେ ସମୟରେ ଏସୀୟ କ୍ରିକେଟ ପରିଷଦ (ଏସିସି)ର ଅଧ୍ୟକ୍ଷ ରହିଥିବା ବେଳେ ଏବେ ଆଇସିସିର ଅଧ୍ୟକ୍ଷ । ତେଣୁ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ହାତରୁ ଖସିଯିବା ଚିନ୍ତାରେ ପାକିସ୍ତାନକୁ ଏବେ ନିଦ ନାହିଁ ।

Get real time updates directly on you device, subscribe now.