ଦୁନିଆର ଋଣଗ୍ରସ୍ତ ଦେଶ ଭିତରେ ଚାରି ନମ୍ବରରେ ପାକିସ୍ତାନ : ଜାଣିନିଅନ୍ତୁ IMFର ଧାର ନେବା ତାଲିକାରେ ଟପ୍ ୫ରେ କେଉଁ ଦେଶ ?
ପାକିସ୍ତାନ : ଆର୍ଥିକ ଦୁଃଖଦ ପରିସ୍ଥିତିରେ ଫସି ରହିଥିବା ପଡୋଶୀ ଦେଶ ପାକିସ୍ତାନ, ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଦେଶ ହେବାକୁ ଯାଉଛି । ଆନ୍ତର୍ଜାତୀୟ ଋଣଦାତା ଅର୍ନ୍ତରାଷ୍ଟ୍ରିୟ ମୁଦ୍ରା କୋଷ ସହିତ ଷ୍ଟାଣ୍ଡ-ବାଇ ବ୍ୟବସ୍ଥା ଅନୁଯାୟୀ ଆସନ୍ତା ୯ ମାସରେ ପାକିସ୍ତାନକୁ ଆଉ ୩ଟି ବିଲିୟନ ଆମେରିକିୟ ଡଲରର ନୂଆ ଋଣ ମିଳିବାକୁ ଯାଉଛି । ଏହି ଋଣ ପରେ ପାକିସ୍ଥାନ ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ଆଇଏମଏଫ କର୍ଜଧାର ଦେଶ ହୋଇଯିବ । ଏହାପୂର୍ବରୁ ପାଞ୍ଚ ନମ୍ବର ସ୍ଥାନରେ ପାକିସ୍ତାନ ରହିଥିଲା ।
୧୯୪୭ ମସିହାରେ ପାକିସ୍ତାନ ବ୍ରିଟିଶ ମାନଙ୍କ ପାଖରୁ ମୁକ୍ତି ପାଇବା ପରେ ସବୁଠୁ ଖରାପ ଆର୍ଥିକ ସଂଙ୍କଟର ସାମ୍ନା କରିଥିଲା । ମାର୍ଚ୍ଚ ୩୧ ୨୦୨୩ରେ ଆର୍ନ୍ତରାର୍ଷ୍ଟିୟ ମୁଦ୍ରାକୋଷରେ ସବୁଠାରୁ ଅଧିକ ଋଣ ନେଇଥିବା ଦେଶର ତାଲିକାରେ ପଞ୍ଚମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ଚତୁର୍ଥ ନମ୍ବରକୁ ଆସିବ । ଆଇଏମଏଫ ସହିତ ଷ୍ଟାଣ୍ଡ-ବାଇ ବ୍ୟବସ୍ଥା ଅନୁଯାୟୀ, ଆସନ୍ତା ୯ ମାସ ଭିତରେ ଆଉ ୩ଟି ବିଲିୟନ ଆମେରିକିୟ ଡଲର ପାଇବ । ସୂଚନା ଅନୁଯୟୀ, IMFରୁ ଋଣ ନେଇଥିବା ମାମଲାରେ ଆରଜେଣ୍ଟିନା ୪୬ ବିଲିୟନ ଆମେରିକୀୟ ଡଲର ସହିତ ପ୍ରଥମ ସ୍ଥାନରେ ଥିବା ବେଳେ, ଇଜିପ୍ଟ ୧୮ ବିଲିୟନ ଆମେରିକୀୟ ଡଲର ସହ ଦ୍ୱିତୀୟ ସ୍ଥାନରେ ରହିଛି । ୟୁକ୍ରେନ ୧୨.୨ ବିଲିୟନ ଡଲର ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ, ଇକୱାଡୋର ୮.୨ ବିଲିୟନ ଡଲର ସହିତ ଚତୁର୍ଥ ସ୍ଥାନରେ ଅଛି ଏବଂ ପାକିସ୍ତାନ ୭.୪ ବିଲିୟନ ଡଲର ସହିତ ପଞ୍ଚମ ସ୍ଥାନରେ ରହିଛି ।
ବିଶ୍ୱର ଋଣଦାତା ଠାରୁ ୧୦.୪ ବିଲିୟନ ଆମେରିକୀୟ ଡଲରର ଋଣ ସହିତ ପାକିସ୍ତାନ ଇକୱାଡୋରକୁ ପଛରେ ପକାଇ ଏବେ ଦୁନିଆର ସବୁଠାରୁ ବଡ଼ ଚତୁର୍ଥ ଆଇଏମଏଫ ଉଦ୍ଧାରକର୍ତ୍ତା ହୋଇଯିବ । ଏନେଇ ଏହି ଚୁକ୍ତିକୁ ଆଇଏମଏଫ ବୋର୍ଡର ଦ୍ୱାରା ଅନୁମୋଦନ କରିବାର ଆବଶ୍ୟକତା ରହିଛି । ଏହି ସୌଦାଟି ଆଠ ମାସ ଡେରୀରେ ହୋଇପାରେ ।