CHARIDHAM

ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ପାକିସ୍ତାନ (JUIF) ନେତା ନୁର ଇସଲାମ ନିଜାମିଙ୍କ ମୃତ୍ୟୁ

କରାଚି: ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲା ଖାଇବର ପାଖ୍ଟନଖୱାର ଜାମିଆତ ଉଲେମା-ଇ-ଇସଲାମ (JUIF)ର ଜଣାଶୁଣା ନେତା ନୁର ଇସଲାମ ନିଜାମିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ ପାକିସ୍ତାନର ମିରାନ୍ସାହର ମାର୍କେଟ ନିକଟରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି।

ତେବେ ପୋଲିସ ସୋସିଆଲ ମିଡ଼ିଆ ଏକ୍ସ’ରେ(ପୂର୍ବରୁ ଟ୍ୱିଟର) ଏନେଇ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଉକ୍ତ ବିବୃତ୍ତିରେ ପୋଲିସ କହିଛି, ଯେ, ମିଜିରାହା, ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲା ପାକିସ୍ତାନ ମାର୍କେଟ ନିକଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ଜାମିଟ୍ ଉଲେମା-ଇ-ଇସଲାମ (JUIF)ର ସ୍ଥାନୀୟ ନେତା ନୁର ଇସଲାମ ନିଜାମିଙ୍କର ମୃତ୍ୟୁ ହୋଇଛି।