LoCରେ ପାକିସ୍ତାନର ଫାୟରିଂ, ୭ ଭାରତୀୟଙ୍କର ମୃତ୍ୟୁ, ଭାରତୀୟ ଯବାନ ବି ଦେଉଛନ୍ତି କଡ଼ା ଜବାବ

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଏବଂ ଅପରେସନ ସିନ୍ଦୂର ଅନୁ୍‌ାୟୀ, ଦେଶର ୯ଟି ଆତଙ୍କବାଦୀ ଆଡ୍ଡାକୁ ଆକ୍ରମଣ କରିଛି। ଭାରତର ଏହି ଆକ୍ସନ ପରେ ପାକିସ୍ତାନ ମଧ୍ୟ ଆକ୍ରମଣ ଆରମ୍ଭ କରି ସାଧାରଣ ଭାରତୀୟଙ୍କୁ ଟାର୍ଗେଟ କରିଛି। ଏଲଓସିରେ ଫାୟରିଂ ଜାରି ରଖିଛି।

ଏଲଓସି ପାଖରେ ଥିବା ଗାଁରେ ବୋମା ଏବଂ ଫାୟରିଂ କରିଛି। ଏଥିରେ ଜଣେ ମହିଳା ଏବଂ ଦୁଇଜଣ ଶିଶୁ ସମେତ ୭ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୩୮ ଜଣ ଆହତ ହୋଇଛନ୍ତି।

ସମସ୍ତ ୭ଜଣଙ୍କ ମୃତ୍ୟୁ ସବୁଠୁ ଅଧିକ ପ୍ରଭାବିତ ପୁଂଛ ଜିଲ୍ଲାରେ ହୋଇଛି, ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ଆଧିକାରୀ କହିଛନ୍ତି ଯେ, ବାରାମୂଳା ଜିଲ୍ଲାର ଉରୀ ସେକ୍ଟରରେ ୧୦ ଜଣ ଲୋକ ଆହତ ହୋଇଛନ୍ତି ଏବଂ ରାଜୌରୀ ଜିଲ୍ଲାରେ ତିନି ଜଣ ଆହତ ହୋଇଛନ୍ତି।