“ବଙ୍ଗୋପସାଗର ପଟୁ ଓଡ଼ିଶାକୁ ଆକ୍ରମଣ କରିପାରେ ପାକିସ୍ତାନ, ସେଥିପାଇଁ ଆମେ ସଜାଗ ଅଛୁ”; ମୋହନ ମାଝୀ

ଯୁଦ୍ଧ ବିଷୟରେ ଆଲୋଚନା କରିବାକୁ ଅପରାହ୍ନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଭୁବନେଶ୍ୱର: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ରାଜ୍ୟବାସୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟବାସୀଙ୍କୁ ଭୟଭୀତ ନ ହେବା ପାଇଁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କହିଲେ ଓଡ଼ିଶା ପ୍ରତି ସେପରି କିଛି ବିପଦ ନାହିଁ। ତେଣୁ ଯୁଦ୍ଧକୁ ନେଇ କେହି ଛାନିଆ ହୁଅନ୍ତୁ ନାହିଁ। ଓଡ଼ିଶାରେ ଥିବା କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକରେ ସୁରକ୍ଷା ବଢ଼ାଯାଇଛି। ଚାନ୍ଦିପୁର, ଶ୍ରୀମନ୍ଦିର ଓ ଚିଲିକା INSରେ ସୁରକ୍ଷା ବଢାଯାଇଛି କହିଲେ ମୁଖ୍ୟନନ୍ତ୍ରୀ।

ଯଦୁ ବି ଓଡ଼ିଶା ଉପରେ ଆକ୍ରମଣ ହୁଏ ସେଥିପ୍ରତି ଆମେ ସଜାଗ ରହିଛୁ କହିଲେ ମୁଖ୍ୟମନ୍ତ୍ରୀ। ବଙ୍ଗୋପସାଗର ପଟୁ ଆକ୍ରମଣ ଆଶଙ୍କା ରହିଛି। ଆମେ ସେଥିପାଇଁ ସଜାଗ ଅଛୁ।

ଏହାସହ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅପରାହ୍ନରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିବେ। ଓଡିଶାର ପ୍ରସ୍ତୁତି ନେଇ ହୋଇପାରେ ଆଲୋଚନା।