(Video) ଭୋ… ଭୋ… ହୋଇ କାନ୍ଦିଲେ ପାକିସ୍ତାନ ସାଂସଦ, କହିଲେ ଆଲ୍ଲା ଏକାମତ୍ର ଭରସା

ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ଆଲ୍ଲାଙ୍କୁ ଡାକିବାକୁ କହିଲେ ପାକ୍ ସାଂସଦ ।

କରାଚୀ: ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରକୁ ଭାରତୀୟ ସେନା ଆକ୍ରମଣ କରିବା ପରେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି । ପାକିସ୍ତାନ ଏ କଥାକୁ ନେଇ ଭିସଣ ଭୟରେ ମଧ୍ୟ ରହିଛି ।

ଏ ସମୟରେ ପାକିସ୍ତାନର ନ୍ୟାଶନାଲ ଆସେମ୍ବ୍ଲିରେ ପିଏମଏଲଏନ୍ (ପାକିସ୍ତାନ ମୁସଲମାନ ଲିଗ୍-ଏନ) ସାଂସଦ ତାହିର ିକବାଲ କାନ୍ଦୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପିଏମଏଲଏନ୍ ଦଳ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପାର୍ଟି । ପାକିସ୍ତନା ଭାରତର ମୁକାବିଲା କରିବା ପାଇଁ ଅସମର୍ଥ ହୋଇଥିବାବେଳେ ବର୍ତ୍ତମାନ ସମୟରେ ପାକିସ୍ତାନ ନିଜ ସୁରକ୍ଷା ପାଇଁ ଅଲ୍ଲାଙ୍କୁ ପ୍ରାର୍ଥନା କରିବା ଏକମାତ୍ର ଉପାୟ । ଏ କଥା କହି ସାଂସଦ କାନ୍ଦୁଥିବାର ଦେଖିବାକୁ ମିଳିଛି ।