ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଆତଙ୍କବାଦୀ ଆକ୍ରମଣ, 9 ସୈନିକଙ୍କ ମୃତ୍ୟୁ
ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ ।
ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତି କମରେ 9 ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି ।
ୱାଶୁକ୍ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡଜନ ଡଜନ ଆତଙ୍କବାଦୀ ଏକ ପୋଲିସ ଷ୍ଟେସନ ଏବଂ ଏକ ସୀମା ବଳ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସେନା ଗତି କରୁଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ 9 ଜଣ ସୈନିକଙ୍କୁ ହତ୍ୟା କରିଥିଲେ ।
ଜାଫର ଏକ୍ସପ୍ରେସକୁ ଟାର୍ଗେଟ- ପୂର୍ବରୁ ପାକିସ୍ତାନର ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରାଯାଇଥିଲା। ଏହି ଘଟଣା ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ଘଟିଥିଲା।
ଏଠାରେ ଟ୍ରାକରେ ବିସ୍ଫୋରକ ରଖାଯାଇଥିବାରୁ ଜାଫର ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣାରେ ଚାରି ଜଣ ଆହତ ହୋଇଥିଲେ। ଯେତେବେଳେ ଟ୍ରେନକୁ ଟାର୍ଗେଟ କରାଯାଇଥିଲା, ସେତେବେଳେ ଏହା ପେଶାୱର ଅଭିମୁଖେ ଯାଉଥିଲା।
ବେଲୁଚିସ୍ତାନରେ ନିରନ୍ତର ହିଂସା- ବେଲୁଚିସ୍ତାନରେ ମଧ୍ୟ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଯାତ୍ରୀବାହୀ ବସ୍ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ 3 ଜଣଙ୍କର ମୃତ୍ୟୁ ହୋଇଥିଲ ଏବଂ ଅନ୍ୟ 7 ଜଣ ଆହତ ହୋଇଥିଲେ । କରାଚୀରୁ କ୍ୱେଟା ଯାଉଥିବା ସମୟରେ ବସ୍ ଉପରେ ଆକ୍ରମଣ କରାଯାଇଥିଲା। କଲାତ ଅଞ୍ଚଳରେ ବସ୍ ଉପରେ ଆକ୍ରମଣ କରାଯାଇଥିଲା। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିଂସା ଘଟଣା କ୍ରମାଗତ ଭାବରେ ଜାରି ରହିଛି ।