ଟି-୨୦ ବିଶ୍ୱକପ୍ ୨୦୨୨ ସେମିଫାଇନାଲ ପାଇଁ ଚାରି ଦଳ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚ୍ରେ ପାକିସ୍ତାନ ବଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି। ଗ୍ରୁପ-୨ରୁ ଭାରତ ଏବଂ ପାକିସ୍ତାନ ସେମିଫାଇନାଲକୁ ପ୍ରବେଶ କରିଛନ୍ତି। ଅନ୍ୟ ପଟେ ଗ୍ରୁପ୍-୨ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପରେ ଜଣାପଡିବ କି କେଉଁ ଦଳ କାହା ବିପକ୍ଷରେ ସେମିଫାଇନାଲ ଖେଳିବ ।
ରବିବାର ଖେଳାଯାଇଥିବା ମ୍ୟାଚ୍ରେ ପାକସ୍ତାନ ବଂଲାଦେଶକୁ ୫ ଉଇକେଟ୍ରେ ହରାଇ ଦେଇଥିଲା । ଏହି ବିଜୟ ସହିତ ପାକିସ୍ତାନ ଏବଂ ଗ୍ରୁପ-୨ର ଶିର୍ଷରେ ରହିଛି । ଅର୍ଥାତ୍ ଭାରତ ଏବେ ପଛରେ ରହିଛି । ତେବେ ଗ୍ରୁପ୍ ପର୍ଯ୍ୟାରେ ଶିର୍ଷରେ ରହିବା ପାଇଁ ଭାରତକୁ ଜିମ୍ବାୱେ ବିପକ୍ଷରେ ବିଜୟ ହାସଲ କରିବାକୁ ପଡିବ ।
#T20WorldCup | Pakistan beat Bangladesh by five wickets in Adelaide to enter the semi-final.
(Pic: ICC) pic.twitter.com/tYtEfN6woZ
— ANI (@ANI) November 6, 2022
ଗ୍ରୁପ୍ ପର୍ଯ୍ୟାୟ କଥା କହିଲେ ପାକିସ୍ତାନ ପାଞ୍ଚ ମ୍ୟାଚ୍ରେ ୩ ବିଜୟ ୨ ପରାଜୟ ସହିତ ୬ ପଏଣ୍ଟ ପାଇଁ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ଜିମ୍ବାବେ ମ୍ୟାଚ୍ ପୁର୍ବରୁ ଭାରତର ନେଟ୍ ରନ୍ରେଟ୍ ପାକିସ୍ତାନଠାରୁ କମ୍ ରହିଛି । ଏଭଳି ସ୍ଥିତିରେ ପାକିସ୍ତାନ ଭାରତକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶିର୍ଷରେ ରହିଛି ।