fbpx

ଭାରତ ଗସ୍ତ ପାଇଁ ପାକିସ୍ତାନକୁ ମିଳିଲା ଭିସା: ଏହି ଦିନ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଅନେକ ବାଦ ବିବାଦ ପରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ହାଇବ୍ରିଡ ମଡେଲକୁ ଅନୁମତି ମିଳିସାରିଛି । ଏହି ନିୟମ ଅନୁସାରେ, ଏସିଆ କପର ୪ଟି ମୁକାବିଲା ପାକିସ୍ତାନରେ ଖେଳାଯିବା ସହ ବାକି ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ । ତେବେ ଏହା ମଧ୍ୟରେ ଆଉ ଏକ ବଡ ଖବର ବର୍ତ୍ତମାନ ସାମନାକୁ ଆସିଛି । ଭାରତକୁ ଆସିବା ପାଇଁ ପାକିସ୍ତାନ ଟିମକୁ ଭିସା ମିଳି ସାରିଛି ।

ଜୁନ୍ ୨୧ ତାରିଖରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଏସିଆନ୍ ଫୁଟବଲ ଫେଡେରେସନ ଚମ୍ପିଆନସିପ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଭାରତ ଗସ୍ତରେ ଆସିବା ତେବେ ଭାରତ ଆସିବା ପାଇଁ ପାକିସ୍ତାନ ଟିମର ସଦସ୍ୟମାନଭ୍କୁ ଭିସା ମିଳି ସାରିଥିବା ଜଣାଯାଇଛି । ଭାରତ ସମେତ ପାକିସ୍ତାନ, କୁୱେତ ଏବଂ ନେପାଳ ଟିମକୁ ଗୃପ ଏ’ରେ ସ୍ଥାନ ଦିଆଯାଇଛି । ସେହିପରି ଗୃପ ବି ରେ ସ୍ଥାନ ପାଇଛନ୍ତି ବାଂଲାଦେଶ, ଲେବନାନ, ଭୂଟାନଏବଂ ମାଲଦୀବ । ତେବେ ଭାରତରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ବେଙ୍ଗଲୁରୁର ଶ୍ରୀ କାନ୍ତିରବା ଷ୍ଟାଡିୟମରେ ଖେଳାଯିବ । ତବେ ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ ଜୁନ୍ ୨୧ ତାରିଖ ସନ୍ଧ୍ୟା ୭.୩୦ରେ ଖେଳାଯିବାର ସୂଚୀ ରହିଛି ।

ସୂଚନା ଥାଉ କି, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଟିମ ରବିବାର ଭାରତରେ ପହଞ୍ଚିବାର ଥିଲା । କିନ୍ତୁ ଭିସା ମିଳିବାରେ ବିଳମ୍ବ ହେବାରୁ ଦଳ ଭାରତରେ ବିଳମ୍ବରେ ପହଞ୍ଚୁଛି ପାକିସ୍ତାନୀ ଟିମ୍ । ସୋମବାର ସନ୍ଧ୍ୟାରେ ପାକିସ୍ତାନୀ ଦଳକୁ ଭିସା ପ୍ରଦାନ କରାଯାଇଛି । ତେବେ ଦଳ ବର୍ତ୍ତମାନ ମାରିଶସରେ ରହିଥିବା ବେଳେ ଏଠାରୁ ବେଙ୍ଗଲୁରୁ ଅଭିମୁଖେ ଯାତ୍ରା କରିବ ପାକିସ୍ତାନ ।

Get real time updates directly on you device, subscribe now.