fbpx

(Video)କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ, ଆକ୍ସନ ମୋଡରେ ପୋଲିସ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ଭୋଟରେ ବିଜୟ ହାସଲ କରିଛି । କଂଗ୍ରେସ ୨୨୪ ଟି ଆସନରୁ ୧୩୬ ଟି ଆସନରେ ଜିତିଥିବା ବେଳେ ବିଜେପି ମାତଅ ୬୫ ଟି ଆସନ ହାତେଇଛି ।

ଯଦି ଆମେ ଭୋଟ୍ ଶତକଡ଼ା କଥା କହିବା, କଂଗ୍ରେସ ପ୍ରାୟ ୪୩% ପାଇଥିବାବେଳେ ବିଜେପି ୩୬% ଭୋଟ୍ ପାଇଛି । ଏହି ବିଜୟ ପରେ ଦଳର କର୍ମୀ ଏବଂ ସମର୍ଥକମାନେ ଉତ୍ସବ ପାଳନ କରିବା ସହ ସ୍ଲୋଗାନ ଦେଇଥିଲେ । ଏହି ସମୟରେ କିଛି ଅଜ୍ଞାତ ବ୍ୟକ୍ତି ବେଲାଗାଭି ଜିଲ୍ଲାର ଭୋଟଗଣନା କେନ୍ଦ୍ର ବାହାରେ ବିବାଦୀୟ ସ୍ଲୋଗାନ ଦେଇଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓକୁ ବେଲାଗାଭି ଜିଲ୍ଲାର ତିଲକୱାଡି ପୋଲିସ ଷ୍ଟେସନର ବୋଲି କୁହାଯାଉଛି । କିଛି ଅଜ୍ଞାତ ବ୍ୟକ୍ତି ଭୋଟ ଗଣତି କେନ୍ଦ୍ର ବାହାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ । ଏହି ସମୟରେ କଂଗ୍ରେସ କର୍ମୀ ଏବଂ ସମର୍ଥକମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । କୁହାଯାଉଛି ଯେ ଯେତେବେଳେ କଂଗ୍ରେସ ବିଜୟ ହାସଲ କଲା, ସେତେବେଳେ ବିଜୟ ମହତ୍ସୋବ ଆରମ୍ଭ ହୋଇଥିଲା, ଯେଉଁଥିରେ କିଛି ଲୋକ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିଲେ ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନର ସଦସ୍ୟମାନେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଥିଲେ । ପୋଲିସ ଏହାକୁ ନେଇ ମାମଲା ରୁଜୁ କରିଛି । ଏଥି ସହିତ ଆଇପିସିର ଧାରା ୧୫୩ ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.