fbpx

(Video) ପାକିସ୍ତାନୀ ରିପୋର୍ଟରଙ୍କ ଅଜବ ଅନ୍ଦାଜ, ବେକେ ପାଣିରେ ପସିଗଲେ… ଆଉ ତା’ପରେ…

ନୂଆଦିଲ୍ଲୀ: ଲାଇଭ ରିପୋର୍ଟିଂ କରିବା ସହଜ କଥା ନୁହେଁ । ରିପୋର୍ଟର ସ୍ଥିତିର ସଠିକ୍ ଚିତ୍ର ଦେଖାଇବା ପାଇଁ ବେଳେବେଳେ କିଛିବି କରିଥାନ୍ତି । ଏମିତିକି ନିଜ ଜୀବନକୁ ବିପଦରେ ପକାଇଥାନ୍ତି । ଏମିତି ଏବେ ଜଣେ ପାକିସ୍ତାନୀ ରିପୋର୍ଟରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ପାକିସ୍ତାନୀ ରିପୋର୍ଟରେ ଦେଶରେ ବନ୍ୟା ସ୍ଥିତିକୁ ଦେଖାଇବାକୁ କିପରି ବେକେ ପାଣିରେ ପସି ରିପୋର୍ଟିଂ କରୁଥିବାର ନଜର ଆସିଛନ୍ତି ।

ବର୍ତ୍ତମାନ ପାକିସ୍ତାନରେ ଚାରିଆଡ଼େ ଜଳପ୍ରଳୟ । ଅଧା ଦେଶ ଏବେ ଜଳମଗ୍ନ ହୋଇଛି । ଏହାରି ମଧ୍ୟରେ ପାକିସ୍ତାନୀ ରିପୋର୍ଟରଙ୍କ ଏକ ରିପୋର୍ଟିଂ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏହି ରିପୋର୍ଟର ଜଣକ ବନ୍ୟା ସ୍ଥିତିକୁ ଦେଖାଇବା ପାଇଁ ସିଧା ବେକେ ପାଣିରେ ପସିଛନ୍ତି । ଆଉ ରିପୋର୍ଟିଂ କରୁଛନ୍ତି । ଆଉ ଭିଡିଓରୁ ଜଣାପଡ଼ୁଛି ରିପୋର୍ଟର ଜଣକ ରିପୋର୍ଟିଂ ପାଇଁ ବେଶ୍ କଷ୍ଟ କରୁଛନ୍ତି । ସୁଅରେ ସେ ମଝିରେ ମଝିରେ ଆଗକୁ ମଧ୍ୟ ଭାସିହୋଇଯାଉଛନ୍ତି । କିନ୍ତୁ ତଥାପି ସେ ଏହାର ରିପୋର୍ଟିିଂ କରୁଛନ୍ତି ଏବଂ ଆଲ୍ଲାଙ୍କ ନାମ ମଧ୍ୟ ସ୍ମରଣ କରୁଛନ୍ତି ।

ତେବେ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କ ସମର୍ପଣକୁ ପ୍ରଶଂସା କରୁ୍ଥିବାବେଳେ, ରିପୋର୍ଟରଙ୍କୁ ନିଜ ଜୀବନ ବିପଦରେ ପକାଇବାକୁ ନେଇ ଅନେକ ସମାଲୋଚନା କରିଛନ୍ତି । କିଛି ଲୋକ ତ’ ତାଙ୍କୁ ଚାନ୍ଦ ନବାବ-୨ ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.