fbpx

(Video) ପାକିସ୍ତାନୀ ୟୁଟ୍ୟୁବର ଦେଖାଇଲେ ଅସଲି ହୀରାମଣ୍ଡିର ଝଲକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ହୀରାମଣ୍ଡି ସିରିଜ ଆସିବା ପରେ ଲୋକଙ୍କ ମଧ୍ୟରେ ହୀରାମଣ୍ଡି ବିଷୟରେ ଜାଣିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସିରିଜ ଦେଖିବା ପରେ ଲୋକେ ଗୁଗୁଲରେ ହୀରାମଣ୍ଡି ବହୁଳ ଭାବେ ସର୍ଚ୍ଚ କରୁଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ପାକିସ୍ତାନୀ ୟୁଟ୍ୟୁବରଙ୍କ ଦ୍ୱାର ବର୍ତ୍ତମାନ ଅସଲି ହୀରାମଣ୍ଡିର ଭିଡିଓ କରାଯାଇଛି । ଭାଇରାଲ ହେଉଥିବା ଏହି ଭିଡିଓରେ ପ୍ରଥମେ ଏକ ରେଷ୍ଟୁରାଣ୍ଟ ଦେଖିବାକୁ ମିଳୁଛି । ଯେଉଁଠାରେ ଏକ ମହିଳା ଗୀତ ଗାଉଥିବାର ଦେଖିବାକୁ ମିଳୁଛି । ଏହାପରେ ଏକ ପୁରୁଣା ପାଚେରୀ ଉପରେ ଏକ ଜଳୁଥିବା ଲ୍ୟାମ୍ପ ଲଟକା ହୋଇଥିବା ନଜର ଆସୁଛି ।

ଭିଡିଓରେ ଆଗକୁ ସଡ଼କ କଡରେ ଠେଲାରେ ଜଣେ ବୃଦ୍ଧ ମହିଳା ବସିଥିବା ଦେଖିବାକୁ ମିଳୁଛି । ମହିଳାଙ୍କ ପାଖରେ କିଛି କଣ୍ଡେଇ ଦେଖିବାକୁ ମିଳୁଛି । ମହିଳା ଢୋଲ ବଜାଉଛନ୍ତି । ଆଖପାଖରେ ପିଲାମାନେ ବୁଲୁଛନ୍ତି । ଏହାପରେ ହୀରାମଣ୍ଡିର ରାସ୍ତା ଦେଖାଯାଉଛି । ସେଠାରେ ଚାରିଆଡେ ଲାଇଟ ଦ୍ୱାରା ସଜାଯାଇଛି । ପାଖରେ ଦୋକାନ ମଧ୍ୟ ଦେଖିବାକୁ ମିଳୁଛି । ଏହାପରେ ଭିଡିଓ ଶେଷରେ ଏକ ଘୋଡା ଗାଡି ଚାଲୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମାଡିଆରେ ଭିଡିଓ ଭାଇରାଲ ହୋଇଛି ।

 

View this post on Instagram

 

A post shared by The Orange Wall (@the.orange.wall)

Get real time updates directly on you device, subscribe now.