fbpx

ପାକିସ୍ତାନରେ ଶିଖ୍ ଡାକ୍ତରଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ପେଶାୱରରେ ଗୁରୁବାର କିଛି ଅଜଣା ଦୁର୍ବୁତ୍ତ ଜଣେ ଶିଖ୍ ଚିକିତ୍ସକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶିଖ୍ ହକିମଙ୍କ ନାମ ସତନାମ ସିଂହ । ସତନାମ ସିଂହ ଚାରସଡ୍ଡା ରୋଡଠାରେ ଏକ କ୍ଲିନିକ ଚଳାଉଥିଲେ । ପୋଲିସ ଅନୁଯାୟୀ ହତ୍ୟାକାରୀ କ୍ଲିନିକରେ ପଶି ସତନାମ ସିଂହଙ୍କ ଉପରକୁ ଚାରି ରାଉଣ୍ଡ ଗୁଳିଚାଇଥିଲେ । ସତନାମଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର କହିବା ଅନୁଯାୟୀ ଘଟଣାର ଯାଞ୍ଚ ଚାଲୁ ରହିଛି ।

ଉଲ୍ଲେଖଯୋଗ୍ୟ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶିଖ୍ ସମୁଦାୟକୁ ଟାର୍ଗେଟ କରାଯାଉଛି । କେତେବେଳେ ବଳପୂର୍ବକ ଧର୍ମାନ୍ତରଣ କରାଯାଉଛି ତ’ କେତେବେଳେ ନିଷ୍ଠୁର ଭାବରେ ହତ୍ୟା କରାଯାଉଛି । ବିଭାଜନ ପରେ ଏଠାରେ ଲଗାତାର ହିନ୍ଦୁ ଏବଂ ଶିଖ୍ ମାନଙ୍କର ସଂଖ୍ୟା କମିବାରେ ଲାଗିଛି ।

Get real time updates directly on you device, subscribe now.