ପାକିସ୍ତାନରେ ହିନ୍ଦୁମାନେ କଲେ କୁମ୍ଭମେଳା, କହିଲେ ପ୍ରୟାଗରାଜ ପାଇଁ ଭିସା ସାଜିଛି ବାଧକ

ପାଣିରେ ଗଙ୍ଗା ଜଳ ମିଶେଇ କଲେ ସ୍ନାନ । ବାଣ୍ଟିଲେ ଦଲିଆ ଖେଚୁଡ଼ି । ଗଙ୍ଗା, ଯମୁନା, ସରସ୍ୱତୀ ଉଚ୍ଚାରଣ କରି କଲେ ସ୍ନାନ ।

କରାଚୀ: କୁମ୍ଭମେଳା ପାଇଁ ସାରା ଦେଶ ହୋଇଛି ଉତ୍ସବ ମୁଖର । ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରହିମୟାର ଖାନ ଜିଲ୍ଲାରେ ପାଳନ ହୋଇଛି କୁମ୍ଭମେଳା ।

ଗ୍ରାମର କିଛି ଜଣ ଲୋକ ଏକତ୍ରୀତ ହୋଇ ପାଳନ କରିଛନ୍ତି କୁମ୍ଭମେଳା । ସେମାନଙ୍କ କହିବା କଥା ଭିସା ପାଇଁ ଭାରତ ଯିବା ସେମାନଙ୍କ ପକ୍ଷେ ବର୍ତ୍ତମାନ ସମୟରେ ସମ୍ଭବପର ନୁହେଁ । ସେଥିପାଇଁ ସେମାନେ ନିଜ ଅଞ୍ଚଳରେ ହିଁ କୁମ୍ଭମେଳା ଆୟୋଜନ କରିଛନ୍ତି । ୧୪୪ ବର୍ଷ ପରେ ଏହା ସେମାନଙ୍କ ପ୍ରଥମ ଏବଂ ଶେଷ କୁମ୍ଭମେଳା ବୋଲି ସେ କହିଛନ୍ତି ।

ପାକିସ୍ତାନୀ ହିନ୍ଦୁଙ୍କ ପାଇଁ ଗଙ୍ଗା ନଦୀ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ନୁହେଁ । ସେଥିପାଇଁ ବଟଲରେ ସଂଗୃହିତ ଗଙ୍ଗା ଜଳକୁ ପାଣିରେ ମିଶାଇ ସେଥିରେ ସ୍ନାନ କରୁଥିବା ସେମାନେ କହିଛନ୍ତି ।

ସ୍ନାନ କରିଥିବା ଲୋକଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଯେଉଁଥିରେ ଦଲିଆ ଖେଚୁଡ଼ି ତିଆରି କରାଯାଇଥିଲା । ସ୍ନାପ ସାରି ସମସ୍ତେ ନିଜ ଗୁରୁଜୀଙ୍କ ଆର୍ଶୀବାଦ ନେଇଥିଲେ । ପ୍ରସାଦରେ ତିଆରି ହୋଇଥିବା ଦଲିଆ ଖେଚେଡି ସମସ୍ଥଙ୍କୁ ବଣ୍ଟା ଯାଇଥିଲା ।

ନିଜସ୍ୱ ଭାବେ କୁମ୍ଭମେଳା ପାଳନ କରିବାକୁ ନେଇ ଲୋକଙ୍କ ମନରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଏହାର ଭିଡିଓ ମଧ୍ୟ ୟୁଟ୍ୟୁବରେ ପୋଷ୍ଟ କରାଯାଇଛି ।

ଜାରି ଭିଡିଓରେ ଲୋକମାନେ ପାଇପ୍ ପାଣିରେ ସ୍ପ୍ରେ’ କରି ଗାଧୋଇବା ସହ ଶିବ ଲିଙ୍ଗ ସ୍ନାନ କରାଯାଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳ ଓମ୍ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଥିବା ଦେଖିବାକୁ ମିଳିଛି ।