ପାକିସ୍ତାନ ପାଇଁ ଗୋଇନ୍ଦାଗିରି ପଡ଼ିଲା ମହଙ୍ଗା: ଜେଲ ଗଲେ ୟୁଟ୍ୟୁବର ଜ୍ୟୋତି

ଚଣ୍ଡିଗଡ: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜ୍ୟୋତି ମଲହୋତ୍ରାଙ୍କୁ ଆଜି ଜେଲ ପଠାଇ ଦିଆଯାଇଛି । ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ୧୨ଜଣଙ୍କ ଭିତରୁ ଜ୍ୟୋତି ହେଉଛନ୍ତି ଜଣେ ।

ହରିୟାଣାର ଏକ କୋର୍ଟ ଜ୍ୟୋତିଙ୍କୁ ୧୪ ଦିନିଆ ଜୁଡିସିଆଲ କଷ୍ଟଡିକୁ ପଠାଇ ଦେଇଛନ୍ତି । ୪ ଦିନ ପାଇଁ ଜ୍ୟୋତି ପୋଲିସ ରିମାଣ୍ଡରେ ଥିଲେ ।

ଏବେ ଏନଆଇଏ ହାତକୁ ଆୁ ଏକ ନୂଆ ତଥ୍ୟ ଆସିଛି, ଯେଉଁଥିରେ ଜଣାପଡ଼ିଛି; ପାକିସ୍ତାନରେ ଜ୍ୟୋତିଙ୍କ ସୁରକ୍ଷାରେ ୬ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ । ସେ ଯେଉଁଆଡ଼େ ଯାଉଥିଲେ ବନ୍ଧୁକଧାରୀ ସେମାନଙ୍କ ପଛେ ପଛେ ଯାଉଥିଲେ ।

ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ଅନେକ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଛନ୍ତି ।