fbpx

ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ

ଅନୁଗୁଳ: ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ପାଲଲହଡା । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ରେ ବାଧା ପ୍ରାପ୍ତ ହେଇଛି । ତେବେ ପାଲଲହଡା ଓକିଲ ସଂଘ ତରଫ ରୁ ଏହି ବନ୍ଦ ଡାକରା ଦିଆ ଯାଇଛି ।

ସେହିପରି ଏହି ବନ୍ଦରେ ପାଲଲହଡା ସଚେତନ ନାଗରିକ ସଂଘ, ବଣିକ ସଂଘ,ପାଲଲହଡା ଏବଂ ଖମାର ସାମ୍ବାଦିକ ସଂଘ,ପାଲଲହଡା ବଣିକ ସଂଘ ଏବଂ ଆହୁରି ଅନେକ ସଂଗଠନ ସାମିଲ ଅଛନ୍ତି। ପାଲଲହଡାରେ ଦେୱାନି ଅଦାଲତ ପ୍ରତିଷ୍ଠା ଏବଂ ପାଲଲହଡା ଉପ କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି।

Get real time updates directly on you device, subscribe now.