ଏହି PAN କାର୍ଡଧାରୀଙ୍କ ଉପରେ ଲାଗିବ ୧୦,୦୦୦ ଟଙ୍କାର ଜରିମାନା, ସରକାର ଜାରି କଲେ ଆଲର୍ଟ

ଏହିମାନଙ୍କ ଉପରେ ଲାଗିବ ୧୦ ହଜାର ଟଙ୍କାର ଜରିମାନା, ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ PAN Card ଅଛି, ତେବେ ସତର୍କ ହୋଇଯାଆନ୍ତୁ। କାରଣ ଆୟକର ବିଭାଗ ଏପରି ପାନ୍ କାର୍ଡଧାରୀଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲଗାଇଛି, ଯେଉଁମାନଙ୍କ କାର୍ଡ ଇନଆକ୍ଟିଭ ହୋଇଯାଇଛି। ଯଦି ଆପଣଙ୍କ ପାନ୍ କାର୍ଡ ଇନଆକ୍ଟିଭ ହୋଇଯାଇଛି, ତେବେ ଆପଣଙ୍କୁ ମଧ୍ୟ ଏହି ଅସୁବିଧା ଭୋଗିବାକୁ ପଡ଼ିବ।

କେଉଁ କାର୍ଡଧାରୀ ଦେବେ ଜରିମାନା:
-ଯଦି ଆପଣଙ୍କ ପାନ୍ ଆଧାର ସହ ଲିଙ୍କ ନାହିଁ ଏବଂ ଏହା ଡିଆକ୍ଟିଭ୍ ହୋଇଯାଇଛି।
-ଡୁପ୍ଲିକେଟ ପାନ୍ କାର୍ଡ ରଖିବା ବା ଦୁଇଥର ଆବେଦନ କରିବାରେ ମଧ୍ୟ କାର୍ଡକୁ ଇନଆକ୍ଟିଭ୍ କରିଦିଆଯାଇଥାଏ।
-ଯେଉଁମାନଙ୍କ ପାଖେ ଅଧିକ ପାନ୍ କାର୍ଡ ଅଛି ଏବଂ ସେମାନଙ୍କୁ ଏହି ବିଷୟରେ ଜଣା ନାହିଁ।

କିପରି କରିବେ ଚେକ୍‌:
-ଆୟକର ବିଭାଗର e-Filing ୱେବସାଇଟକୁ ଯାଆନ୍ତୁ।
-ହୋମପେଜ ତଳେ “Quick Links” ବା “Instant e-Services” କୁ ଯାଆନ୍ତୁ।
-“Verify Your PAN” ଉପରେ କ୍ଲିକ୍ କରନ୍ତୁ।
-ନିଜ ପାନ୍ ନମ୍ବର ଏବଂ ନାମ, ଜନ୍ମତିଥି ଏବଂ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଦିଅନ୍ତୁ।
-ମୋବାଇଲରେ ଆସିଥିବା OTP ଦିଅନ୍ତୁ।
-ସ୍କ୍ରିନ ଉପରେ ଷ୍ଟାଟସ ଦେଖାଯିବ-“PAN is Active” ବା “PAN is Deactivated”।