fbpx

ନାବାଳକମାନେ ମଧ୍ୟ ପାନ୍ କାର୍ଡ ପାଇଁ କରିପାରିବେ ଆବେଦନ: ଜାଣନ୍ତୁ କିପରି ?

Advertisement

ନୂଆଦିଲ୍ଲୀ: ରାସନ କାର୍ଡ, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର କିମ୍ବା ଅନ୍ୟାନ୍ୟ ପ୍ରକାରର ସରକାରୀ ଡକ୍ୟୁମେଣ୍ଟ ଦେଶରେ ସାବାଳକ ହେବା ପରେ ହିଁ ପ୍ରସ୍ତୁତ ହୋଇଥାଏ । ଆପଣ ଜାଣନ୍ତି କି, ଆପଣ ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ଏକ ପାନ୍ କାର୍ଡ ପ୍ରସ୍ତୁତ କରିପାରିବେ । ଏଥିପାଇଁ କିଛି ଅଫିସିଆଲ୍ ସର୍ତ୍ତ ଅଛି, ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ ଏବଂ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନରେ କରିବାକୁ ପଡ଼ିବ ।

ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନରେ ହେବ । ଏଥିପାଇଁ କୌଣସି ସରକାରୀ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ । ପାନ୍ କାର୍ଡ ସିଧାସଳଖ ଆପଣଙ୍କ ଘରକୁ ଆସିବ । ଆୟକର ଦାଖଲ ପାଇଁ ପାନ୍ କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଏହାର ପୂର୍ଣ୍ଣ ଫର୍ମ ହେଉଛି ସ୍ଥାୟୀ ଆକାଉଣ୍ଟ ନମ୍ବର । ଆୟକର ବିଭାଗ ଦ୍ୱାରା ପାନ କାର୍ଡ ପ୍ରଦାନ କରାଯାଉଛି ।

ଯେତେବେଳେ ନାବାଳକଙ୍କ ପାଇଁ ଏକ ପାନ୍ କାର୍ଡ ତିଆରି କରାଯାଏ, ସେତେବେଳେ ପାନ୍ କାର୍ଡରେ ନାବାଳକର ଦସ୍ତଖତ ଏବଂ ଫଟୋ ରହିନଥାଏ । ଯେତେବେଳେ ନାବାଳକକୁ ୧୮ ବର୍ଷ ହେବ, ସେବେ ଅପଡେଟ୍ କରିବା ପରେ ସାଇନ୍ ଏବଂ ଫଟୋ ଆସିବ । ଏକ ପାନ୍ କାର୍ଡ ତିଆରି କରିବାର ପ୍ରକ୍ରିୟା ଅଧିକ ସମୟ ନିଏ ନାହିଁ ।

ଏକ ନୂଆ ପାନ୍ କାର୍ଡ ପାଇଁ ଆବେଦନ କରିବାକୁ ହେଲେ ଜଣେ NSDLର ଅଫିସିଆଲ୍ ୱେବସାଇଟକୁ ଯାଇ ସେଠାରେ ଫର୍ମ 49Aକୁ ପୂରଣ କରିବାକୁ ପଡିବ । ସେଠାରେ ନାବାଳକର ଅନେକ ଡକ୍ୟୁମେଣ୍ଟ୍ ବିଷୟରେ ପଚରାଯାଏ, ଯେଉଁ ଡକ୍ୟୁମେଣ୍ଟକୁ ଆପଣଙ୍କୁ ଦାଖଲ କରିବାକୁ ପଡିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜନ୍ମ ତାରିଖର ପ୍ରମାଣ । ଏଭଳି ପରିସ୍ଥିତିରେ ନାବାଳକର ପାନ୍ କାର୍ଡ କିଛି ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏକ ନୂତନ ପାନ୍ କାର୍ଡ ତିଆରି ପାଇଁ ଦେୟ ହେଉଛି ୧୦୭ ଟଙ୍କା । ଆପଣଙ୍କୁ ଏହା ମଧ୍ୟ ଅନଲାଇନରେ ଦେବାକୁ ପଡିବ । ପାନ୍ କାର୍ଡ ଅନେକ ସ୍ଥାନରେ ଯେପରିକି ଟ୍ୟାକ୍ସ ଭରିବା ପାଇଁ ITR ଓ TDS ଦାବି କରିବା ପାଇଁ ଏବଂ ଟିକସ ଦେବା ପାଇଁ ବ୍ୟବହୃତ ହୁଏ । ଯଦି ଆପଣ ନିଜେ ପାନ୍ କାର୍ଡ ପାଇବାକୁ ଅନଲାଇନରେ ଆବେଦନ କରିପାରିବେ ନାହିଁ, ତେବେ ଆପଣ କାହାର ସାହାଯ୍ୟରେ ଅଫଲାଇନରେ ମଧ୍ୟ ଆବେଦନ କରିପାରିବେ ।

Get real time updates directly on you device, subscribe now.