fbpx

ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ, ଖୁବ୍‌ଶୀଘ୍ର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇପାରେ ବିଜ୍ଞପ୍ତି

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଇଛି । ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏଁ କାର୍ଯ୍ୟକାରୀ ହେବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି । ଯେ କୌଣସି ସମୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ । ବିଜ୍ଞପ୍ତି ପରେ ନିର୍ବାଚନ ଆଚରଣ ବିଧି ଲାଗୁ ପାଇଁ ପ୍ରସ୍ତୁତ ରହିବାକୁ ପଞ୍ଚାୟତରାଜ ବିଭାଗ, ସମସ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କମିସନ । ରାଜ୍ୟ ନିର୍ବାଚନ କମିସନ ଫେବ୍ରୁଆରି ମାସରେ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରିଥିବା ଜଣାପଡିଛି ।

Get real time updates directly on you device, subscribe now.