fbpx

ବ୍ରତଧାରୀଙ୍କ ପାଇଁ ବଡ ଖବର: ଏଥର 4 ଦିନ ପାଳିତ ହେବ ପଞ୍ଚୁକ, ଏହି ଦିନ ପଡିବ ବଡଓଷା..

ଭୁବନେଶ୍ବର(ଓଡିଶା ଭାସ୍କର): ପଞ୍ଚୁକମାନେ ସାଧାରଣତଃ 5 ଦିନ ହିସାବ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ 4ଦିନ ପାଳନ ହେବ ପଞ୍ଚୁକ ବ୍ରତ । ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ କାର୍ତ୍ତିକ ବ୍ରତ ଏବଂ ବଡଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି କଟକ ଜିଲ୍ଲାପାଳ ଦତ୍ତୋତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ତେବେ କାର୍ତ୍ତିକ ବ୍ରତ ଅକ୍ଟୋବର 18 ତାରିଖରୁ ଆରମ୍ଭ ହୋଇଥିବା ବେଳେ ନଭେମ୍ବର 15 ତାରିଖ ଏହି ବ୍ରତ ପାଳନ ହେବା ନେଇ ନିଷ୍ପତ୍ତି ହୋଇଛି ।

ତେବେ ପଞ୍ଚୁକ ବ୍ରତ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ବର 12 ତାରିଖରୁ ନଭେମ୍ବର 15 ତାରିଖ ଯାଏଁ ଅର୍ଥାତ 4 ଦିନ ପଞ୍ଚୁକ ବ୍ରତ ପାଳନ କରାଯିବ । ନଭେମ୍ବର 13 ତାରିଖରେ ଧବଳେଶ୍ବରଙ୍କ ପୀଠରେ ବଡଓଷା ପାଳନ ହେବ । 13 ତାରିଖ ମଧ୍ୟରାତ୍ରିରେ ଧବଳେଶ୍ବରଙ୍କ ନିକଟରେ ପ୍ରସିଦ୍ଧ ଗଜଭୋଗ ଏବଂ ତୋରଣ ଲାଗିହେବ । ବଡଓଷାରେ ବଡସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ବର । ଏହାପରେ 14 ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ ହେବ । ଅନ୍ୟପଟେ 15 ତାରିଖରେ କାର୍ତ୍ତିକ ବ୍ରତ ସମ୍ପୁର୍ଣ୍ଣ ହେବା ସହିତ ବୋଇତ ଭସାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.