fbpx

ପୁଣି ଫେରୁଛନ୍ତି ପାଣ୍ଡ୍ୟା: ନୂଆ ଅନ୍ଦାଜରେ ଟିମ ଇଣ୍ଡିଆକୁ କରିପାରନ୍ତି କମବ୍ୟାକ, ମିଳିପାରେ ବଡ ଦାୟିତ୍ୱ

Advertisement

ମୁମ୍ବାଇ: ଟି-୨୦ ବିଶ୍ୱକପ ୨୦୨୧ ପରେ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଏହାପରେ ମଧ୍ୟ IPL ୨୦୨୨ରେ ନୂଆ ଦାୟିତ୍ୱ ସହ କ୍ରିକେଟ ମଇଦାନକୁ ଜବରଦସ୍ତ କମବ୍ୟାକ କରିଛନ୍ତି ହାର୍ଦ୍ଦିକ । ଲିଗର ନୂଆ ଦଳ ଗୁଜୁରାଟ ଟାଇଟନ୍ସର ଅଧିନାୟକ ଭାର ସହ ସେ ଚଳିତ ବର୍ଷ IPLରେ ଏଣ୍ଟ୍ରି ମାରିଛନ୍ତି । ତେବେ ଅନେକ ଲୋକଙ୍କର ତାଙ୍କ ପିଠି ଯନ୍ତ୍ରଣାକୁ ନେଇ ଚିନ୍ତା ଲାଗି ରହିଥିଲା । ପ୍ରକୃତରେ କଣ ପାଣ୍ଡ୍ୟା ମ୍ୟାଚ ଖେଲିବା ପାଇଁ ସମ୍ପୂର୍ଣ୍ଣ ପିଟ ରହିବେ?

କିନ୍ତୁ ସମସ୍ତଙ୍କୁ ସେ ଭୁଲ ପ୍ରମାଣ କରି ରେ ନିଜର ପୁରୁଣା ଝଲକ ଦେଖାଇଛନ୍ତି । ଏହି ସିଜନରେ କେବଳ ଅଲରାଉଣ୍ଡର ଭାବରେ ନୁହେଁ ଜଣେ ଅଧିନାୟକ ଭାବରେ ମଧ୍ୟ ସେ ସଫଳତା ପାଇଛନ୍ତି । ବ୍ୟାଟ ଏବଂ ବଲ ସହ ଭାରତ ପୁରୁଣା ପାଣ୍ଡ୍ୟାଙ୍କୁ ଦେଖିଥିବା ବେଳେ ଟିମ ଇଣ୍ଡିଆ ପାଇଁ ଜଣେ ନୂଆ କ୍ୟାପଟେନ ମଧ୍ୟ ପାଇ ପାରିଛି । ଏପର୍ଯ୍ୟନ୍ତ ଦଳ ୫ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ହାସଲ କରିଛଛି । ସେହିପରି ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦମଦାର ୮୭ ରନର ପାରି ଖେଳି କିଛି ସମୟ ପାଇଁ ଅରେଞ୍ଜ କ୍ୟାପ ମଧ୍ୟ ହାସଲ କରିଥିଲେ ପାଣ୍ଡ୍ୟା । ଲିଗରେ ୫ଟି ମ୍ୟାଚରୁ ସେ ମୋଟ ୨୨୮ ରନ ସଂଗ୍ରହ କରି ସାରିଛନ୍ତି । ଅରେଞ୍ଜ କ୍ୟାପ ତାଲିକାରେ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାଣ୍ଡ୍ୟା । ସେହିପରି ବୋଲିଂରେ ମଧ୍ୟ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟ ପକ୍ଷରେ ଫୂର୍ବ ପରି ଜୋସ ଏବଂ ଫୂର୍ତ୍ତିରେ ମଧ୍ୟ ଫିଲଡିଂ ମଧ୍ୟ ପାଣ୍ଡ୍ୟାଙ୍କଠାରୁ ଦେଖିବାକୁ ମିଳିଛି ।

IPL 2022, GT vs RR | Twitter reacts to Hardik Pandya's throw that breaks the stump

ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ଦଳର ପୂର୍ବ କୋଚ ରବି ଶାସ୍ତ୍ରୀ ୩ ଜଣ ଖେଳାଳିଙ୍କୁ ଦଳର ଭବିଷ୍ୟତ ଅଧିନାୟକ ଭାବେ ଦେଖୁଥିଲେ । କେ.ଏଲ ରାହୁଲ, ଶ୍ରେୟସ ଆୟର ଏବଂ ଋଷଭ ପନ୍ତ ଶାସ୍ତ୍ରୀଙ୍କ ଏହି ତାଲିକାର ଟପ ୩ ପ୍ଲେୟର ରହିଥିଲେ । କିନ୍ତୁ ଏବେ ହାର୍ଦ୍ଦିକ ସମସ୍ତଙ୍କ ଉପରେ ଭାରୀ ପଡିଛନ୍ତି । ୩ ଜଣଙ୍କୁ ପଛରେ ପକାଇ ଏବେ ଏକ ନମ୍ବରରେ ନିଜ ଦଳକୁ ପହଞ୍ଚାଇଛନ୍ତି ହାର୍ଦ୍ଦିକ । ତାଙ୍କର ଏହି ଫର୍ମ ଏବଂ ସଫଳତା ଜାରି ରହିଲେ ଟିମ ଇଣ୍ଡିଆ ପାଇଁ ଆଗକୁ ସେ ନେତୃତ୍ୱ ନେବେ ବୋଲି ଆଶା କରାଯାଇପାରେ । ଏମିତି ହେଲେ ଦୀର୍ଘ ଦିନରୁ ତାଙ୍କୁ କପିଲ ଦେବ ୨.୦ କୁହାଯାଉଥିବା ସେହି କଥାଟି ସତ ହୋଇ ପାରିବ । ଜଣେ ଅଲରାଉଣ୍ଡର ଭାବରେ ଦଳର ଅଦିନାୟକ ପଦ ନେବାରେ କପିଲ ଦେବଙ୍କ ପରେ ସେ ଏହି କୃତିତ୍ୱ ହାସଲ କରିପାରନ୍ତି ।

IPL 2022: 'His Bowling , Batting , Fielding-Everything Is Very Strong' MSK Prasad Applauds Hardik Pandya's IPL Performance

Get real time updates directly on you device, subscribe now.