“ପୂର୍ବରୁ ରଖିଥିଲେ, ଏବେ ବି ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ପାଣ୍ଡିଆନ” !

"ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍ ଡିଲ୍ କରିଛନ୍ତି"।

ଭୁବନେଶ୍ୱର: ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ପାଣ୍ଡିଆନ। ସରକାରରେ ଥିଲାବେଳେ ବି ରଖିଥିଲେ, ଆଉ ସରକାରରୁ ହଟିଲା ପରେ ବି ରଖିଛନ୍ତି। ଏକଥା ଆମେ କହୁନାହୁଁ- ଏପରି କିଛି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର।

ହଁ ନରସିଂହ ମିଶ୍ର ସିଧାସଳଖ ପାଣ୍ଡିଆନଙ୍କ ନାଁ ନ ନେଇଥିଲେ ମଧ୍ୟ ତାଙ୍କ କଥା ହିଁ ପାଣ୍ଡିଆନଙ୍କ ଆଡକୁ ଇସାରା କରୁଛି। ଓ୍ୱକଫ ବିଲରେ ବିଜେଡି ସାଂସଦମାନେ ଭଓଟେ ଦେବାପରେ ଏଭଳି କିଛି ବୟାନ ପ୍ରକାଶ ପାଇଛି।

ଓ୍ୱରଫ ବିଲରେ ବିଜେଡି ଭୋଟିଂକୁ ନେଇ ଅନେକ ଲୋକ ଅନେକ କଥା କହୁଛନ୍ତି। ଆଉ ଏହାରି ଭିତରେ ନରସିଂହ ମିଶ୍ର ବଡ଼ ବୟାନ ଦେଇଛନ୍ତି। ଆଉ କହିଛନ୍ତି ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି।

“ପୂର୍ବରୁ ବି ରଖିଥିଲେ, ଆଉ ଏବେବି ରଖିଛନ୍ତି। ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍ ଡିଲ୍ କରିଛନ୍ତି। ମିଳିତ ମନ୍ତ୍ରୀମଣ୍ଡଳ କରିବାକୁ ଯୋଜନା କରିଛନ୍ତି ବୋଲି କହିଲେ ନରସିଂହ”।