ମାଣିଆବନ୍ଧରୁ ବିରଳ ବଜ୍ରକାପ୍ତା ଉଦ୍ଧାର, ଜଙ୍ଗଲରେ ଛାଡ଼ି ଦିଆଗଲା

କଟକ(ଓଡ଼ିଶା ଭାସ୍କର): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ମାଣିଆବନ୍ଧ ରାଶି ପଡ଼ିଆରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏହି ବଜ୍ରକାପ୍ତାଟି ୪ବର୍ଷର ବୋଲି କୁହାଯାଉଛି ।

ମାଣିଆବନ୍ଧ ରାଶି ପଡ଼ିଆ ନିକଟ ଏକ ଗଛମୂଳରେ ଶନିବାର ସକାଳୁ ଗ୍ରାମର ପିଲାମାନେ ବଜ୍ରକାପ୍ତାକୁ ଦେଖିଥିଲେ । ଏହାପରେ ଗାଁଲୋକେ ନିକଟସ୍ଥ ମାଣିଆବନ୍ଧ ବନପାଳଙ୍କୁ ଖବର ଦେଇଥିଲେ । ଖବର ପାଇ ବିଭାଗୀୟ କର୍ମଚାରୀ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ମାଣିଆବନ୍ଧ ପ୍ରାଣୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ହଳଦିଆ ସେଣି ଜଙ୍ଗଲରେ ଛାଡ଼ି ଦେଇଛନ୍ତି । ବଜ୍ରକାପ୍ତାଟି ସୁସ୍ଥ ଥିବା ପ୍ରକାଶ କରିଛନ୍ତି ପ୍ରାଣୀ ଚିକିତ୍ସକ ପ୍ରକାଶ ପଣ୍ଡିତ।