ଭୁବନେଶ୍ୱର: ପାଣିପାଗ ବିଭାଗ ଦେଇଛି ଏକ ବଡ଼ ସୂଚନା । ବଙ୍ଗୋପସାଗରରେ ପୁଣିଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବ ସୂଚନା ଦେଇଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପୁଣିଥରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବୋଲି କହିଛି ପାଣିପାଗ ବିଭାଗ । ଆଗାମୀ ୪୮ ଘଣ୍ଟା ଭିତରେ ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ତେବେ ପାଣିପାଗର ଏହି ସୂଚନା ପରେ ପାଞ୍ଜିରେ ଥିବା ବାତ୍ୟା ଆଶଙ୍କା ଆହୁରି ବୃଦ୍ଧି ପାଇଛି । ଓଡ଼ିଶାକୁ ଆଗାମୀ ଦିନରେ ବଡ଼ ବାତ୍ୟା ଆସିପାରେ ବୋଲି ଦ୍ୱନ୍ଦ୍ୱ ଆହୁରି ବଢିଯାଇଛି ।
ମାଳିକା ବଚନ ଭଳି ଗୋଟି ଗୋଟି କରି ସତ ହେଉଛି ପଞ୍ଜିକାବାଣୀ । ଓଡ଼ିଶାକୁ ନେଇ ଏକ ଭୟଙ୍କର ଭବିଷ୍ୟତ ଦେଖାଇଛି ପଞ୍ଜିକା । ନଭେମ୍ବର ମାସରେ ଓଡ଼ିଶାକୁ ଆଉ ଏକ ବାତ୍ୟାର ସାମନା କରିବାକୁ ପଡ଼ିବ ବୋଲି କହିଛି ପାଞ୍ଜି । ବଙ୍ଗୋପସାଗରରେ ପୁଣିଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଏହି ଆଶଙ୍କାକୁ ଆହୁରି ଦ୍ୱିଗୁଣିତ କରିଛି । ତେଣୁ ପାଞ୍ଜିରେ ଲେଖା ଥିବା ଭୀଷଣ ବାତ୍ୟା ମଧ୍ୟ ଓଡ଼ିଶା ପାଇଁ ବିପଦ ହୋଇପାରେ ବୋଲି ବିଶ୍ୱାସ ଆହୁରି ଦୃଢ ହୋଇଯାଇଛି । ଲଘୁଚାପ ପ୍ରଭାବରେ ୧୨ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ପ୍ରବା ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ବିଶେଷ କରି ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହୋଇପାରେ ।
ସତ ହୋଇଯାଉଛି ପଞ୍ଜିକା ବଚନ, ମାଡ଼ି ଆସିବ ବାତ୍ୟା । ପୁଣି ଏକ ଭୀଷଣ ବାତ୍ୟାର ସମ୍ମୁଖୀନ ହେବ ଏହି ସବୁ ଉପକୂଳବର୍ତ୍ତୀ ଅଞ୍ଚଳ । ସତ ହୋଇ ଯାଉଛି ଗୋଟିଏ ପରେ ଗୋଟିଏ ଲେଖା । ମାଳିକା ବଚନ ଭଳି ପଞ୍ଜିକାରେ ଯାହା ସବୁ ଲେଖା ରହିଥିଲା ସେ ସବୁ ଧିରେ ଧିରେ ସତ ହେବାକୁ ଲାଗିଲାଣି । ଅକ୍ଟୋବରରେ ବାତ୍ୟା ଲେଖା ଥିଲା, ବାତ୍ୟା ହେଲା । ନଭେମ୍ବରରେ ଭୂମିକମ୍ପ ଲେଖା ଥିଲା ଭୂମିକମ୍ପ ହେଉଛି । ଆଉ ଏବେ ଭୀଷଣ ବାତ୍ୟା ହେବ ବୋଲି ମଧ୍ୟ ଲେଖା ରହିଛି । ଯାହା ପରେ ବାତ୍ୟା ହେବାକୁ ନେଇ ପାଣିପାଗ ବିଜ୍ଞାନୀ ମାନେ ଆକଳନ କରିଲେଣି । ୧୭ ତାରିଖ ଆଡ଼କୁ ବାତ୍ୟା ହେବ ବୋଲି ଆକଳନ କରାଯାଇଛି । ଜ୍ୟୋତିଷ ମାନେ ଗ୍ରହ ନକ୍ଷତ୍ର ମାନଙ୍କର ଚଳଣୀକୁ ଦେଖି ପଞ୍ଜିକା ତିଆରି କରିଥିଲେ । ଆଉ ଏବେ ସେହି ସବୁ କଥା ସତ ହୋଇଯାଉଛି ।
ଟିକେ ଏହି ପଞ୍ଜିକାର ଲେଖା ଉପରେ ନଜର ପକାନ୍ତୁ । ପଞ୍ଜିକାରେ ଲେଖା ରହିଛି କି ଚଳିତ ମାସରେ ଓଡ଼ିଶା ଆସାମ ମେଘାଳୟ ପଶ୍ଚିମବଙ୍ଗରେ ବିପୁଳ ପରିମାଣରେ କ୍ଷୟକ୍ଷତି ହେବ । ରାଜ୍ୟରେ ଭୂମିକମ୍ପ ହେବା ସହ ଅନେକ ଦୁର୍ଘଟଣା କ୍ଷୟକ୍ଷତି ହେବ । ଫଳରେ ରାଜ୍ୟରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ବୃଦ୍ଧ ଘଟିବ । ଏହି ଲେଖା କିଛି ପରିମାଣରେ ସତ ହୋଇଛି ବୋଲି କୁହାଯାଉଛି । ତେବେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି କହିଛି ପାଣିପାଗ ବିଭାଗ । ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ତାମିଲନାଡୁ, ଶ୍ରୀଲଙ୍କା ଆଡ଼େ ମୁହାଁଇବ ଏହି ଲଘୁଚାପ । ତେବେ ଓଡ଼ିଶା ପ୍ରତି ଏହାର ପ୍ରଭାବ କ’ଣ ରହିବ ତାହା ସୂଚନା ମିଳିନାହିଁ ।